The Topmost

“The eyes believe themselves, the ears believe other people.”

ଏଣିକି ଲୋକ ଗହଳି ସ୍ଥାନକୁ ବନ୍ଧୁକ ନେବାକୁ ସରକାରଙ୍କ ନା

ଆମେରିକାର ନ୍ୟୁୟର୍କରେ ରାଜ୍ୟ ସରକାର ଲାଗୁ କରିବେ ବନ୍ଧୁକ କଟକଣା । ଏହାସହ ଲୋକ ଗହଳି ସ୍ଥାନକୁ ସାଙ୍ଗରେ ନେବା ଉପରେ କଟକଣା ଲାଗୁ କରିବାକୁ ଯାଉଛନ୍ତି । ସରକାରଙ୍କ ନିଷ୍ପତ୍ତି ଅନୁସାରେ ଏଣିକି କେହି ପାର୍କ, ଚର୍ଚ୍ଚ ଓ ଥିଏଟର ପରି ଲୋକଗହଳି ହେଉଥିବା ସମ୍ବେଦନଶୀଳ ସ୍ଥାନ ବା ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକୁ ସାଙ୍ଗରେ ବନ୍ଧୁକ ନେଇ ଆସିବେ ନାହିଁ । ନ୍ୟୁୟର୍କର ଟାଇମ୍ସ ସ୍କୋୟାରରେ ଉଜ୍ଜ୍ବଳ ଆଲୋକ ସହ ଇଲେକେଟ୍ରାନିକ୍ ବିଲ୍‌ବୋର୍ଡ ବ୍ୟବସ୍ଥା କରାଯିବା ପରେ ଏହାକୁ ‘ଗନ୍ ଫ୍ରି ଜୋନ୍’ କରାଯିବ । ଗତ ଜୁନ୍ ମାସରେ ଆମେରିକା ସୁପ୍ରିମ୍‌କୋର୍ଟ ବନ୍ଧୁକ ରଖିବାର ଅଧିକାରକୁ ସମ୍ପ୍ରସାରିତ କରିବା ସହ ଏହା ଉପରେ କେତେକ କଡ଼ାକଡ଼ି ନିୟମ ଲାଗୁ କରିବା ପରେ ନ୍ୟୁୟର୍କ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ବନ୍ଧୁକ ଲାଇସେନ୍ସ ପ୍ରଦାନକୁ ମଧ୍ୟ କଠୋର ନିୟମଯୁକ୍ତ କରାଯାଇଛି । ଗତ ଦିନମାନଙ୍କରେ ବନ୍ଧୁକର ଅପବ୍ୟବହାର ଓ ଗଣସମାଗମ ସ୍ଥଳରେ ଆଖିବୁଜା ଗୁଳିଚାଳନା ଘଟଣା ଘଟିବା ପରେ ସରକାର କିଛିଟା କଟକଣା ବୃଦ୍ଧି କରିଛନ୍ତି ।