ଆଜିଠୁ ରାଜଧାନୀ ଭୁବନେଶ୍ୱରରେ ଗଡିବ ଇ-ବସ ଏବଂ ଇ-ରିକ୍ସା । ତେବେ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିବେ । ଇ-ବସ୍ର ସଫଳ ପରୀକ୍ଷଣ ପରେ କ୍ରୁଟ ପକ୍ଷରୁ ଏହାକୁ ସାମିଲ କରାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ୧୦ଟି ଇ-ବସ ଏବଂ ୪୫ଟି ଇ-ରିକ୍ସା ଚାଲିବ ବୋଲି ଜଣାପଡ଼ିଛି । ତେବେ ଜୁନ ୩୦ରେ ଇ-ବସ୍ର ପରୀକ୍ଷଣ ହୋଇଥିଲା । ବିନା ଯାତ୍ରୀରେ ବସ୍ ଡିପୋରି ବାହାରି ସହର ବୁଲିଥିଲା । ପ୍ରାୟ ୨୫ ଦିନ ଧରି ଏହି ପରୀକ୍ଷା ଚାଲିବା ପରେ ସଫଳ ହୋଇଛି । ବର୍ତ୍ତମାନ ମୁଖ୍ୟ ରାସ୍ତାରେ ମୋ ବସ ସେବା ଦେଉଥିବା ବେଳେ ଗଳିରେ ଇ-ରିକ୍ସା ଚାଲିବ । ବସରୁ ଓହ୍ଲାଇବା ପରେ ଘର ପର୍ଯ୍ୟନ୍ତ ଯିବାକୁ ଇ-ରିକ୍ସା ସେବା ଯୋଗାଇବ । ଏଥିରେ ୩ କି.ମି ରାସ୍ତା ଯିବାକୁ ୧୦ ଟଙ୍କା ମୂଲ୍ୟ ରଖାଯାଇଛି । ଏହାଦ୍ୱାରା ସାଧାରଣ ଯାତ୍ରୀ ଲାଭ ପାଇବେ । ଏହି ବସ୍ ଚାଲିବା ଦ୍ୱାରା ଧୂଆଁ ବାହାରିବ ନାହିଁ । ଏଣୁ ପରିବେଶ ପ୍ରଦୂଷଣର ଚିନ୍ତା ନାହିଁ ।
“The eyes believe themselves, the ears believe other people.”
More Stories
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ
ଏଥର ଏସସିବିରେ ଉପଲବ୍ଧ ଏମ୍ଏନ୍ସିୟୁ ସୁବିଧା, ମା ସହ ଚିକିତ୍ସା ପାଇବେ ଶିଶୁ
ଓଡ଼ିଶାରେ ସୃଷ୍ଟି ହେଲେ ୧୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦି