The Topmost

“The eyes believe themselves, the ears believe other people.”

ଏଣିକି ଦୂର ହେବ ଖାଦ୍ୟ ସଙ୍କଟ…

ଏଣିକି ଦୂର ହେବ ଖାଦ୍ୟ ସଙ୍କଟ । ଖାଦ୍ୟ ଶସ୍ୟ ରପ୍ତାନୀ ପାଇଁ ଶେଷରେ ସହମତି ଦେଲେ ରୁଷ ଓ ୟୁକ୍ରେନ୍ । ଗତ ଫେବ୍ରୁୟାର ୨୪ତାରିଖରୁ ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଜାରି ରହିଥିବା ଭିତରେ ଦୁଇ ଦେଶ ମଧ୍ୟରେ ଏନେଇ ବୁଝାମଣା ହୋଇଛି । କୃଷ୍ଣସାଗର ପଥ ଦେଇ ଜାହାଜରେ ଖାଦ୍ୟଶସ୍ୟ, ସାର ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ବ୍ୟବସ୍ଥାକୁ ସ୍ୱାଭାବିକ କରିବା ପାଇଁ ରୁଷିଆ ଓ ୟୁକ୍ରେନ ମଧ୍ୟରେ ଶୁକ୍ରବାର ଏହି ଚୁକ୍ତି ସ୍ୱାକ୍ଷର ହୋଇଛି । ମସ୍କୋ ଓ କିଭ୍ ମଧ୍ୟରେ ତୁର୍କୀ ଓ ଜାତିସଂଘ ମଧ୍ୟସ୍ଥତା କରି ଏହି ରାଜିନାମାକୁ ସଫଳ କରିଛନ୍ତି । ରୁଷିଆ ପ୍ରତିରକ୍ଷା ମନ୍ତ୍ରୀ ସେର୍ଗି ଶୋଇଗୁ ଓ ୟୁକ୍ରେନ ମନ୍ତ୍ରୀ ଓଲେକଜାଣ୍ଡାର, ଜାତିସଂଘ ମହାସଚିବ ଆଂଟୋନିଓ ଗୁଟେରସ ଏବଂ ତୁର୍କୀ ପ୍ରତିରକ୍ଷା ମନ୍ତ୍ରୀ ହୁଲୁସି ଆକରଙ୍କ ଉପସ୍ଥିତିରେ ଏହି ଚୁକ୍ତି ହୋଇଛି । ଏହି ଚୁକ୍ତି ସ୍ୱାକ୍ଷର ହେବା ଫଳରେ ୟୁକ୍ରେନ ୨୨ନିୟୁତ ଟନ୍ ଖାଦ୍ୟଶସ୍ୟ ଓ ଅନ୍ୟ କୃଷି ସାମଗ୍ରୀ କୃଷ୍ଣସାଗର ଦେଇ ବିଶ୍ୱ ବଜାରକୁ ପରିବହନ କରିପାରିବ, ଯାହାକି ଫେବ୍ରୁୟାରୀ ୨୪ରେ ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ପରଠାରୁ ବନ୍ଦ ଥିଲା ।

SHARE BY