The Topmost

“The eyes believe themselves, the ears believe other people.”

ଏଣିକି ଦିନ ସହ ରାତିରେ ମଧ୍ୟ ଉଡାଇପାରିବେ ତ୍ରିରଙ୍ଗା

କେନ୍ଦ୍ର ସରକାର ଦେଶର ପତାକା ସଂହିତାରେ ବଡ଼ ପରିବର୍ତ୍ତନ ଆଣିଛନ୍ତି । ନୂଆ ଗାଇଡଲାଇନ ଅନୁସାରେ ଦିନ ସହ ରାତିରେ ମଧ୍ୟ ତ୍ରିରଙ୍ଗା ଉଡାଇବାକୁ ଅନୁମତି ଦିଆଯାଇଛି । ଏହାସହ ପଲିଷ୍ଟର ଏବଂ ମେସିନ ତିଆରି ରାଷ୍ଟ୍ରୀୟ ପତାକାର ଉପଯୋଗକୁ ଅନୁମତି ଦିଆଯାଇଛି । ଆଜାଦୀ କା ଅମୃତ ମହୋତ୍ସବ ଜରିଆରେ କେନ୍ଦ୍ର ସରକାର ଅଗଷ୍ଟ ୧୩ରୁ ୧୫ ଯାଏଁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି। ଏହାକୁ ନଜରରେ ରଖି ଏଭଳି ପଦକ୍ଷେପ ନିଆଯାଇଛି । ତେବେ ଏହା ପୂର୍ବରୁ କେବଳ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ଯାଏଁ ତ୍ରିରଙ୍ଗାକୁ ଉଡାଇବାକୁ ଅନୁମତି ଥିଲା ।