ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ବ୍ୟବହାରକାରୀଙ୍କ ପାଇଁ ବଡ ଖବର । ଏକ୍ସର ମାଲିକ ଏଲନ ମସ୍କ ଯୋଜନା କରୁଛନ୍ତି କି, ସମସ୍ତ ଏକ୍ସ ବ୍ୟବହାରକାରୀଙ୍କ ଠାରୁ ମାସିକ ବିଲ୍ ଆଦାୟ କରିବେ । ଏନେଇ ନିଜେ ଏଲନ୍ ମସ୍କ ଖୁଲାସା କରିଛନ୍ତି । ସେ କହିଛନ୍ତି କି, ଏକ୍ସ ପ୍ଲାଟଫର୍ମରେ ଦେଖାଦେଉଥିବା ବୋଟସ୍ ସମସ୍ୟାର ସମାଧାନ ପାଇଁ ଏଭଳି କରିବା ନିହାତି ଜରୁରୀ । ହେଲେ କେବେ ଠାରୁ ଓ ମାସିକ କେତେ ଟଙ୍କା ବ୍ୟବହାରକାରୀଙ୍କୁ ଦେବାକୁ ପଡିବ ସେନେଇ ମସ୍କ କିଛି ସ୍ପଷ୍ଟ କରିନାହାଁନ୍ତି । ଇସ୍ରାଇଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ରାନ୍ୟାହୁଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି କି ପ୍ଲାଟଫର୍ମରେ ବୋଟସଙ୍କ ସଂଖ୍ୟା ବୃଦ୍ଧି ପାଇଛି । ବୋଟସ୍ ଅର୍ଥାତ ନକଲି ଆକାଉଣ୍ଟ ସମସ୍ୟାର ସମାଧାନ ପାଇଁ ମାସିକ ଦେୟ ଆଦାୟ କରିବା ଏକମାତ୍ର ଉପାୟ ବୋଲି ସେ କହିଛନ୍ତି । ମସ୍କ କହିଛନ୍ତି କି ଏକ୍ସ ପ୍ଲାଟଫର୍ମରେ ବର୍ତମାନ ୫୫ କୋଟି ବ୍ୟବହାରକାରୀ ଅଛନ୍ତି । ଏମାନେ ମୋଟ ୧୦୦-୨୦୦ ମିଲିୟନ ପୋଷ୍ଟ କରୁଛନ୍ତି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ