The Topmost

“The eyes believe themselves, the ears believe other people.”

ଏକାସାଙ୍ଗରେ ଇସ୍ତଫା ଦେଲେ ୪୩ ପାଇଲଟ

ଆକାଶ ଏୟାର ଲାଇନ୍ସରୁ ୪୩ ଜଣ ପାଇଲଟ ଦେଲେ ଏକାସାଙ୍ଗରେ ଇସ୍ତଫା । ଏହି କାରଣରୁ ଏୟାରଲାଇନ୍ସ ତାର ଉଡାଣ ବନ୍ଦ କରିପାରେ ବୋଲି ଆଶଙ୍କା ପ୍ରକାଶ ପାଉଛି । ପାଇଲଟଙ୍କ ଅଚାନକ ଇସ୍ତଫା ପରେ ସେପ୍ଟେମ୍ବର ମାସରେ ଦୈନିକ ୨୪ଟି ଉଡାଣ ବାତିଲ କରିବାକୁ ପଡିଛି । ଏନେଇ ଏୟାରଲାଇନ୍ସ ତରଫରୁ ମଙ୍ଗଳବାର ଦିନ ଦିଲ୍ଲୀ ହାଇକୋର୍ଟରେ ସୂଚନା ଦେଇଛନ୍ତି । ଏୟାରଲାଇନର ଓକିଲ ବିଚାରପତି ଜଷ୍ଟିସ ମନପ୍ରୀତ ସିଂ ଅରୋଡାକୁ କହିଛନ୍ତି କି, ଇସ୍ତଫା ଦେଇଥିବା ପାଇଲଟମାନେ ନୋଟିସ ଅବଧି ପୂରଣ କରିନଥବାରୁ ଆକାଶ ଏୟାରଲାଇନ ପ୍ରତିଦିନ ଅନେକ ବିମାନ ଉଡାଣ ବାତିଲ କରୁଛି । ଚୁକ୍ତିଭିତ୍ତିକ ନୋଟିସ ଅବଧି ପୂରଣ ନକରି ଚାଲିଯାଇଥିବା ପାଇଲଟଙ୍କ ବିରୋଧରେ ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏୟାରଲାଇନ୍ସ ପକ୍ଷରୁ ଦାବି କରାଯାଇଛି । ଏହାସହ ବିମାନ ବାତିଲ ଯୋଗୁଁ ରାଜସ୍ୱ ହାନି ପାଇଁ କମ୍ପାନୀ ୨୨ କୋଟି ଟଙ୍କା ଦାବି କରିଛି । ଅନ୍ୟପକ୍ଷରେ ଏକ ଜାତୀୟ ଗଣମାଧ୍ୟମର ପ୍ରକାଶିତ ରିପୋର୍ଟ ମୁତାବକ ଆକାଶକୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ପାଇଁ ସବୁଜ ସଙ୍କେତ ଦିଆଯାଇଛି । କିନ୍ତୁ ଯେଉଁ ଦେଶକୁ ଆକାଶ ଏୟାରଲାଇନ୍ସ ବିମାନ ଚଳାଚଳ କରିବାକୁ ଚାହୁଁଛି ସେହି ଦେଶଗୁଡିକର ଅନୁମୋଦନକୁ ଅପେକ୍ଷା କରିଛି ।

SHARE BY