ମହାରାଷ୍ଟ୍ର ରାଜନୀତିକୁ ନେଇ ଆସିଲା ବଡ ରାୟ । ବାଚସ୍ପତି ରାହୁଲ ନାର୍ବେକର ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ହେବାକୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଏହି ରାୟରେ ସିନ୍ଦେ ଗୋଷ୍ଠୀର ବିଧାୟକଙ୍କୁ ଅସଲି ଶିବସେନା ବୋଲି କହିବା ସହିତ ଏକନାଥ ସିନ୍ଦେଙ୍କୁ ହଟାଇବାର ଅଧିକାର ଉଦ୍ଧବ ଠାକରେଙ୍କ ପାଖରେ ନାହିଁ ବୋଲି ବାଚସ୍ପତି କହିଛନ୍ତି । ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ଆଜି ଏହି ପ୍ରସଙ୍ଗରେ ରାୟ ଶୁଣାଇ କହିଛନ୍ତି, ଏକନାଥ ସିନ୍ଦେଙ୍କୁ ହଟାଇବାର ଶକ୍ତି ଉଦ୍ଧବ ଠାକରେଙ୍କ ପାଖରେ ନାହିଁ । ଏପରିକି ଶିବସେନା ପ୍ରମୁଖଙ୍କ ପାଖରେ ପାର୍ଟିର କୌଣସି ନେତାଙ୍କୁ ହଟାଇବାର ଶକ୍ତି ନାହିଁ । ତେଣୁ ଏକନାଥ ସିନ୍ଦେଙ୍କୁ ବିଧାୟକ ଦଳର ନେତା ପଦରୁ ହଟାଇବା ସ୍ୱୀକାର କରାଯାଉନି ବୋଲି ବାଚସ୍ପତି କହିଛନ୍ତି । ଏହାସହିତ ସିନ୍ଦେ ନା ଉଦ୍ଧବ ଗୋଷ୍ଠୀ ଅସଲି ଶିବସେନା, ସେ ପ୍ରସଙ୍ଗରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି । ସେ କହିଛନ୍ତି ନିର୍ବାଚନ ଆୟୋଗର ରେକର୍ଡ ମୁତାବକ ସିନ୍ଦେ ଗୋଷ୍ଠୀ ହିଁ ଅସଲି ଶିବସେନା । ଉଦ୍ଧବ ଠାକରେ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ । ତେବେ ଶିବସେନାର ୧୯୯୯ ମସିହାର ସମ୍ବିଧାନ ହିଁ ସର୍ବମାନ୍ୟ ଓ ସର୍ବୋପରି ବୋଲି ବାଚସ୍ପତି କହିଛନ୍ତି ।
“The eyes believe themselves, the ears believe other people.”
More Stories
କାଲି ଘୋଷଣା ହେବ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନାଁ
ନିର୍ବାଚିତ ହେବେ ନୂଆ ଇଲେକ୍ସନ୍ କମିସନର୍
ମୋହନଙ୍କ ପେଡିରୁ କାହାକୁ ମିଳିଲା କେତେ