ଶିବସେନାର ନାଁ ଓ ଦଳୀୟ ଚିହ୍ନ ମିଳିବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ଆୟୋଜନ କରିଥିବା ଜାତୀୟ କାର୍ଯ୍ୟକାରିଣୀରେ ବଡ଼ ନିଷ୍ପତ୍ତି ନିଆଯାଇଛି। ସର୍ବସମ୍ମତିକ୍ରମେ ଦଳର ନେତାମାନେ ସିନ୍ଦେଙ୍କୁ ଶିବସେନାର ମୁଖିଆ ଭାବେ ମନୋନୀତ କରିଛନ୍ତି । ନିକଟରେ ନିର୍ବାଚନ କମିଶନ ସିନ୍ଦେ ଗୋଷ୍ଠୀଙ୍କୁ ପ୍ରକୃତ ଶିବସେନାର ମାନ୍ୟତା ଦେଇଥିଲେ। ଏଥିସହ ଉଦ୍ଧବ ଠାକେରଙ୍କ ଠାରୁ ଅଲଗା ହେବା ପୂର୍ବରୁ ଦଳ ବ୍ୟବହାର କରୁଥିବା ଧନୁ ଓ ତୀରକୁ ନିର୍ବାଚନ ଚିହ୍ନ ଭାବେ ବ୍ୟବହାର କରିବାକୁ ମଧ୍ୟ ଇସିଙ୍କ ପକ୍ଷରୁ ସିନ୍ଦେ ଗୋଷ୍ଠୀଙ୍କୁ ଅନମୁତି ମିଳିଛି। ଏହାକୁ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ବିରୋଧ କରୁଥିବା ବେଳେ ସୁପ୍ରିମକୋର୍ଟରେ ଆବେଦନ କରିଛି।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ