ଓସ୍କାର ବିଜେତା ସଙ୍ଗୀତ ନିର୍ଦ୍ଦେଶକ ଏଆର୍ ରେହମାନଙ୍କ କନସର୍ଟକୁ ଅଧାରୁ ବନ୍ଦ କଲା ପୁଲିସ । ଏଆର ଷ୍ଟେଜରେ ଗୀତ ଗାଉଥିବାବେଳେ ପୁଲିସ ସେଠାରେ ପହଞ୍ଚି ଗୀତ ଗାଇବାକୁ ବନ୍ଦ କରିବାକୁ କହିଥିଲା । ରବିବାର ରାତିରେ ମହାରାଷ୍ଟ୍ରର ପୁଣେରେ ଏଭଳି ଘଟଣା ଘଟିଛି । ତେବେ ନେଇ ଏଆର ପ୍ରଶ୍ନ କରିବାରୁ ପୁଲିସ କହିଥିଲା ଯେ ରାତି ୧୦ଟା ଯାଏଁ ଅନୁମତି ଥିବାବେଳେ ନିର୍ଦ୍ଧାରିତ ସମୟରୁ ଅଧିକ ହୋଇସାରିଥିବାରୁ ଆଉ ଗୀତ ଗାଇହେବନି । ବାସ୍ତବରେ ପୁଣେ ପୁଲିସ ଏହି କାର୍ଯ୍ୟକ୍ରମ ପାଇଁ ସର୍ବାଧିକ ରାତି ୧୦ଟା ଯାଏଁ ସମୟ ଦେଇଥିଲା । ତେବେ କନସର୍ଟ ମଧ୍ୟଭାଗରେ ବନ୍ଦ କରିବା ଘଟଣା ପରେ ଏଆର୍ ରେହମାନଙ୍କ ପ୍ରଶଂସକମାନେ ଖପ୍ପା ହୋଇଛନ୍ତି । ଆଉ ଏହାକୁ ନେଇ ଏବେ #DisrespectofARRahman ଟ୍ୱିଟରରେ ଟ୍ରେଣ୍ଡ କରୁଛି । ବାସ୍ତବରେ ଏଆର୍ ରେହମାନ ପୁଣେର ରାଜ ବାହାଦୂର ମିଲ୍ ଅଞ୍ଚଳରେ ରବିବାର ଦିନ ନିଜର କନସର୍ଟ କରୁଥିଲେ । ଆଉ ରେହମାନ ଗୀତ ଗାଉଥିବାବେଳେ କିଛି ପୁଲିସ କର୍ମୀ ମଞ୍ଚକୁ ଆସି ତାଙ୍କୁ କାର୍ଯ୍ୟକ୍ରମ ବନ୍ଦ କରିବାକୁ କହିଥିଲେ । ସ୍ପଷ୍ଟୀକରଣ ଦେଇ ପୁଲିସ କହିଛି ଯେ ରାତି ୧୦ଟା ଯାଏଁ କାର୍ଯ୍ୟକ୍ରମ ପାଇଁ ଅନୁମତି ଥିଲା ଏବଂ ଏହାପରେ ବି ରେହମାନ ତାଙ୍କ ଲାଇଭ କାର୍ଯ୍ୟକ୍ରମ ବନ୍ଦ କରିନଥିଲେ । ପୁଲିସ କହିଛି ଯେ ରାତି ୧୦ଟା ପରେ କାର୍ଯ୍ୟକ୍ରମ ନେଇ ଆୟୋଜକ ଅନୁମତି ନେଇନଥିଲେ, ତେଣୁ କନସର୍ଟ ବନ୍ଦ କରିବାକୁ ପଡିଥିଲା । ଅନ୍ୟପକ୍ଷରେ, ଏଆର୍ ରେହମାନ ସୋସିଆଲ ମିଡିଆରେ ଏହି କନସର୍ଟର କିଛି ଫଟୋ ମଧ୍ୟ ସେୟାର କରିଛନ୍ତି । ଏହା ସହିତ ସେ ଫଟୋଗୁଡ଼ିକ ସହିତ ଲେଖିଥିଲେ– ଗତ ରାତିରେ ଆପଣମାନେ ଦେଇଥିବା ଭଲ ପାଇବା ଏବଂ ଉତ୍ସାହ ପାଇଁ ଧନ୍ୟବାଦ । ଏହା ଏକ ଚମତ୍କାର କନସର୍ଟ ଥିଲା ।
More Stories
ଟ୍ରେଣ୍ଡରେ ଛିଛି ଗୀତ
ଦର୍ଶକଙ୍କୁ ଅସନ୍ତୋଶ କଲା ଏମର୍ଜେନ୍ସି..
ସୈଫ୍ ଙ୍କ ଅପରାଧୀଙ୍କୁ ବାନ୍ଧିଲା ପୋଲିସ୍