The Topmost

“The eyes believe themselves, the ears believe other people.”

ଋଷ ପାଖରେ ନାହିଁ ଯୁଦ୍ଧ ଟ୍ୟାଙ୍କ

ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଇତି ମଧ୍ୟରେ ଦେଢ ବର୍ଷ ବିତିଗଲାଣି । ଏକ ଲମ୍ବା ସମୟ ଧରି ଯୁଦ୍ଧ ଚାଲିବା ସତ୍ତ୍ବେ କେବେ ଶେଷ ହେବ ତାହା ଜଣାପଡ଼ୁନାହିଁ । ଏହି ଯୁଦ୍ଧରେ କେବଳ ୟୁକ୍ରେନ ନୁହେଁ, ରୁଷର ଅନେକ କ୍ଷତି ହୋଇଛି ଓ ରୁଷ ନିଜର ବିପୁଳ ପରିମାଣର ଯୁଦ୍ଧ ଉପକରଣ ଓ ଅସ୍ତ୍ର ହରାଇସାରିଛି । ବିଶେଷକରି ରୁଷର ଟ୍ୟାଙ୍କ ସଂଖ୍ୟା କମି ଆସୁଛି । ଏହି କାରଣରୁ ଯୁଦ୍ଧ କ୍ଷେତ୍ରକୁ ନିଜର ଅତ୍ୟାଧୁନିକ ଟ୍ୟାଙ୍କ ପଠାଇବା ପରିବର୍ତ୍ତେ ପୁରୁଣା ଓ ସୋଭିଏତ ଯୁଗର ଟ୍ୟାଙ୍କ ପଠାଉଛି । ଗୁଇନ୍ଦା ରିପୋର୍ଟ ଅନୁଯାୟୀ, ୧୭ ମାସ ତଳେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିବା ପରଠାରୁ ଏବଂ ମେ ୩୧ ସୁଦ୍ଧା ରୁଷ ନିଜର ମୋଟ ୩୦୦୦ ଯୁଦ୍ଧ ଟ୍ୟାଙ୍କ ମଧ୍ୟରୁ ୨,୦୦୦ରୁ ଅଧିକ ଟ୍ୟାଙ୍କ ହରାଇସାରିଛି ।