The Topmost

“The eyes believe themselves, the ears believe other people.”

ଉର୍ଫିଙ୍କ ପ୍ରଶ୍ନର ଏଭଳି ଉତ୍ତର ଦେଲେ ୟୁଟ୍ୟୁବର ଏଲଭିଶ

ସର୍ବଦା ନିଜର ପୋଷାକକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି ବିଗ୍‌ବସ୍‌ ଫେମ୍‌ ତଥା ମଡେଲ୍‌ ଉର୍ଫି ଜାଭେଦ । ଅନେକ ଲୋକ ଉର୍ଫିଙ୍କୁ କ୍ରିଏଟିଭ୍ ବା ସୃଜନଶୀଳ ବୋଲି କହି ପ୍ରଶଂସା କରୁଥିବା ବେଳେ ଅନେକ ଲୋକ ତାଙ୍କର ସମାଲୋଚନା ବି କରନ୍ତି । ଏପରିକି ଉର୍ଫି ନିଜ ପୋଷାକ ମାଧ୍ୟମରେ ସମାଜକୁ ଖରାପ ବାର୍ତ୍ତା ଦେଉଛନ୍ତି ବୋଲି ବି ଅଧିକାଂଶ ସମୟରେ ଅଭିଯୋଗ ହୋଇଛି । ନିଜ ପୋଷାକକୁ ନେଇ ସବୁବେଳେ ବିବାଦରେ ରହୁଥିବା ଉର୍ଫି ନିକଟରେ ସ୍କ୍ରୁ ଲାଗିଥିବା ପୋଷାକ ପିନ୍ଧି ବିସ୍ ବସ୍ ଓଟିଟି-୨ରେ ପହଞ୍ଚିଥିବା ନଜର ଆସିଛି । ତାଙ୍କର ଏଭଳି ପୋଷାକ ଦେଖି ବିସ୍ ବସ୍ ଓଟିଟି-୨ର ପ୍ରତିଯୋଗୀମାନେ ଆଶ୍ଚର୍ଯ୍ୟ ହେବା ସହ ପ୍ରତିଯୋଗୀ ଏଲଭିଶ ଯାଦବ ଉର୍ଫିଙ୍କ ପାଇଁ ପୋଷାକ ଡିଜାଇନ କରିବେ ବୋଲି କହିଥିଲେ । ସୂଚନା ମୁତାବକ, ଉର୍ଫି ଜାଭେଦ୍ ଏଲଭିଶ ଯାଦବଙ୍କ ନିକଟକୁ ଯାଇ ତାଙ୍କୁ ପ୍ରଶ୍ନ କରିଥିଲେ ଯେ, ମୋ ପାଇଁ କିଭଳି ପୋଷାକ ଡିଜାଇନ୍ କରିବାକୁ ଚାହୁଁଛନ୍ତି । ଉତ୍ତରରେ ଏଲଭିଶ କହିଥିଲେ, “ମୁଁ ତିଆରି କରିବି, ସାଲୱାର ସୁଟ୍।”