ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି । ୱାନ ରାଙ୍କ୍ ୱାନ ପେନସନ୍ ବ୍ୟବସ୍ଥାରେ ସଂଶୋଧନ କରିଛନ୍ତି । ଏନେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି । ୱାନ୍ ରାଙ୍କ୍ ୱାନ୍ ପେନସନ୍ ସଂଶୋଧିତ ହେବା ପରେ ୨୫ ଲକ୍ଷ ସେନା କର୍ମଚାରୀ ଉପକୃତ ହେବେ । ପୂର୍ବରୁ ୨୦.୬୦ ଲକ୍ଷ ପେନସନଭୋଗୀ ଏହି ଯୋଜନାରେ ଲାଭବାନ ହୋଇଥିଲେ । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ସଂଶୋଧନ ଯୋଗୁଁ ୮୫୦୦ କୋଟି ଟଙ୍କାର ଭାର ସରକାରଙ୍କ ଉପରେ ପଡ଼ିବ । ଏହି ସଂଶୋଧନ ହେବା ପରେ ପ୍ରତିରକ୍ଷା ବାହିନୀ ପେନସନଭୋଗୀ ବା ପରିବାର ପେନସନ ଭୋଗୀମାନେ ପ୍ରସ୍ତାବ ଅନୁଯାୟୀ ବର୍ଦ୍ଧିତ ପେନସନ୍ ପାଇବେ । ଏହାଛଡା ସହିଦଙ୍କ ବିଧବା ପତ୍ନୀ ଏବଂ ଭିନ୍ନକ୍ଷମ ପେନସନଭୋଗୀଙ୍କ ସମେତ ପରିବାର ପେନସନଭୋଗୀଙ୍କୁ ମଧ୍ୟ ଏହି ସୁବିଧା ପ୍ରଦାନ କରାଯିବ ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍