Tore up
ଦିଲ୍ଲୀ ରାଜନୀତିରେ ଜୋରଦାର ଚାଲିଛି ହାଇଡ୍ରାମା । ଆପ୍ ଓ ବିଜେପି ମଧ୍ୟରେ ଥମୁନି କଳି । କେତେବେଳେ ବିଜେପି ଅଭିଯୋଗ ଆଣୁଛି ୧୩ ଶହ କୋଟିର ଦୁର୍ନୀତି ହୋଇଛି ତ କେତେବେଳେ ୮ ହଜାର କୋଟିର ଦୁର୍ନୀତି ହୋଇଛି । ସେପଟେ ସିବିଆଇ ବାଇନାକୁଲାର ଲଗେଇ ବି କିଛି ଦୁର୍ନୀତିର ଛବି ପାଉ ନଥିବା କଥା ମନୀଷ ସିସୋଦିଆ କହିଛନ୍ତି । ଏହାରି ଭିତରେ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ଏକ ସାମ୍ବାଦିକ ସମ୍ମିଳନୀରେ ଉପ-ରାଜ୍ୟପାଳଙ୍କ ମାନହାନୀ ନୋଟିସକୁ ଚିରି ଦେଇଛନ୍ତି । ଏହାସହ ସେ କହିଛନ୍ତି ଯେ, ଭାରତୀୟ ସମ୍ବିଧାନ ମତେ ସତ କହିବାର ଅଧିକାର ଦେଇଛି । କିଛି ଚୋର ଭ୍ରଷ୍ଟ ବ୍ୟକ୍ତିଙ୍କ ନୋଟିସକୁ ମୁଁ ଡରିବା ଲୋକ ନୁହେଁ । ଆଉ ଏଭଳି ନୋଟିସକୁ ମୁଁ ୧୦ ଥର ଫାଡିଦେବି ବୋଲି ସେ କହିଛନ୍ତି ।
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ