January 14, 2026

ଉନ୍ମୋଚିତ ହେବ ଖେଲୋ ଇଣ୍ଡିଆ ମସ୍କଟ୍

କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ମେ’ ୫ ତାରିଖରେ ଲକ୍ଷ୍ନୌର ଗୋମତି ନଗର ସ୍ଥିତ ଇନ୍ଦିରା ଗାନ୍ଧି ପ୍ରତିଷ୍ଠାନରେ ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସର ଲୋଗୋ, ଜର୍ସି, ମାସ୍କଟ ଏବଂ ସଂଗୀତ ଉନ୍ମୋଚନ କରିବେ। ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ ସ୍ତରୀୟ କ୍ରୀଡ଼ାର ତୃତୀୟ ସଂସ୍କରଣ ମେ ୨୩ ରେ ଆରମ୍ଭ ହୋଇ ଜୁନ୍ ୩ ପର୍ଯ୍ୟନ୍ତ ଚାଲିବ। ଉଦଘାଟନୀ ସମାରୋହ ମେ ୨୫ ତାରିଖରେ ଲକ୍ଷ୍ନୌର ବାବୁ ବନାରସୀ ଦାସ ବିଶ୍ୱବିଦ୍ୟାଳୟରେ ହେବ ବୋଲି ଧାର୍ଯ୍ୟ କରାଯାଇଛି । ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଯୁବ ବ୍ୟାପାର ତଥା କ୍ରୀଡ଼ା ରାଷ୍ଟ୍ର ମନ୍ତ୍ରୀ ନିଶିଥ ପ୍ରମାଣିକ, ଉତ୍ତର ପ୍ରଦେଶର କ୍ରୀଡ଼ା ମନ୍ତ୍ରୀ ଗିରିଶ ଚନ୍ଦ୍ର ଯାଦବଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗଦେବେ।

SHARE BY