The Topmost

“The eyes believe themselves, the ears believe other people.”

ଉତ୍ତରାଖଣ୍ଡରେ ବିଜେପିର ବାଜିମାତ୍

() ଉତ୍ତରାଖଣ୍ଡରେ ବିଜେପିର ବାଜିମାତ୍ । ବିଧାନସଭା ନିର୍ବାଚନରେ ପରାଜିତ ହୋଇଥିବା ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଉପନିର୍ବାଚନରେ ଜବରଦସ୍ତ ବିଜୟ ହାସଲ କରିଛନ୍ତି । ଚମ୍ପାୱତ ଆସନରେ କମାଲ କଲେ ଧାମୀ । ସେ ପାଖାପାଖି ୫୫ ହଜାର ଭୋଟରେ ବିଜୟ ଲାଭ କରିଛନ୍ତି । ଧାମୀଙ୍କୁ ୫୭ ହଜାର ୨୬୮ ଖଣ୍ଡ ଭୋଟ୍ ମିଳିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ନିର୍ମଳା ଗହତୋଡ଼ୀଙ୍କୁ ମିଳିଛି ମାତ୍ର ୩ ହଜାର ୧୪୭ ଖଣ୍ଡ ଭୋଟ୍ । ଅନ୍ୟପଟେ ଅମାନତ ହରାଇଛି କଂଗ୍ରେସ । ବିଜୟ ପରେ ଖୁସି ପ୍ରକଟ କରିବା ସହ ସମର୍ଥକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶମୂଳକ କାର୍ଯ୍ୟକୁ ଉତ୍ତରାଖଣ୍ଡର ପ୍ରତିଟି ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଉଦ୍ୟମ କରାଯିବ ବୋଲି ଧାମୀ ପ୍ରତିଶ୍ରୁତି ଦେଇଛନ୍ତି ।

https://thetopmost.in/bollywood-queen-kanganas-new-dhakkad-look/

https://thetopmost.in/director-omm-rawat-add-actress-sonal-in-film-aadi-purush/