ହିମାଚଳପ୍ରଦେଶରେ ବାଦଲ ଫଟା ବର୍ଷା । ଉତ୍ତରଭାରତରେ ମୃତ୍ୟୁ ରଚୁଛି ବର୍ଷା । କିଛି ଦିନର ବ୍ୟବଧାନ ପରେ କୁଲ୍ଲୁ ଜିଲ୍ଲାରେ ପୁଣି ବାଦଲ ଫଟା ବର୍ଷା ବିତ୍ପାତ ଦେଖିବାକୁ ମିଳିଛି । ଫଳରେ ଭୟଙ୍କର ଜଳ ସ୍ରୋତରେ ଭାସିଯାଇଛି ୯ଟି ଗାଡି । ଏଥିରେ ଜଣଙ୍କର ମୃତ୍ୟୁ ହେବା ସହ ୨୩ ଜଣ ଗୁରୁତର ହୋଇଥିବା ଜଣାପଡିଛି । ଏପରିକି ଉଦ୍ଧାର କାର୍ଯ୍ୟ ପାଇଁ ଥିବା ସେନାର ଅସ୍ଥାୟୀ ଶିବିର ମଧ୍ୟ ଅଧା ବୁଡିଯାଇଥିବା ଜଣାପଡିଛି । ସୂଚନା ମୁତାବକ, ମନାଲି ବିଧାନସଭା କ୍ଷେତ୍ରର କାଇସ୍ ଓ ସେଉବାଗରେ ବାଦଲ ଫଟା ବର୍ଷା ହେବାରୁ ଅନେକ ଘର ଭାସିଯାଇଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଉଦ୍ଧାର କାର୍ଯ୍ୟ ପାଇଁ ପୁଲିସ ଟିମ୍ ବାହାରିଥିଲେ ବି ଜାତୀୟ ରାଜପଥ ଭାସିଯାଇଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ