ଉତ୍ତରପ୍ରଦେଶବାସୀଙ୍କୁ ଦୀପାବଳି ଉପଲକ୍ଷେ ଉପହାର ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସିଲିଣ୍ଡରର ମୂଲ୍ୟ ଟଙ୍କାକୁ ଗ୍ରାହକଙ୍କ ଆକାଉଣ୍ଟକୁ ପଠାଇଦିଆଯିବ । ଲକ୍ଷ୍ନୌରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ଏବେଠାରୁ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କଲେଣି ବିଭିନ୍ନ ଦଳ । ଏହି କ୍ରମରେ ବିଜେପି କରିଛି ବଡ ଘୋଷଣା । ବର୍ଷକୁ ଏଲପିଜି ଗ୍ରାହକଙ୍କୁ ଦୁଇଟି ସିଲିଣ୍ଡର ଫ୍ରିରେ ମିଳିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ । ରାଜ୍ୟରେ ମୋଟ ୭୫ ଲକ୍ଷ ଉଜ୍ୱଳା ଯୋଜନା କନେକ୍ସନ୍ ରହିଛି । ଏଥର ଦୀପାବଳିକୁ ପ୍ରଥମ ଥର ପାଇଁ ମାଗଣା ସିଲିଣ୍ଡରର ଅର୍ଥ ହିତାଧିକାରୀଙ୍କ ଆକାଉଣ୍ଟକୁ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର (ଡିବିଟି) ମାଧ୍ୟମରେ ପଠାଯିବ ।
“The eyes believe themselves, the ears believe other people.”
More Stories
ତହବୁର ରାଣାକୁ ଘନ ଘନ ଜେରା
ବିଜେପିର ନୂଆ ସଭାପତି ହେଲେ ନୈନାର ନାଗେନ୍ଦ୍ରନ୍
ବହୁ ଚେଷ୍ଟା ପରେ ବି ବଦଳେନାହିଁ ସ୍ବାମୀ ସ୍ତ୍ରୀଙ୍କର ଏହି ଗୁଣ