The Topmost

“The eyes believe themselves, the ears believe other people.”

ଉତ୍ତର-ପଶ୍ଚିମ ଚୀନରେ ଭୂମିକମ୍ପ

ଚୀନରେ ଭୟଙ୍କର ଭୂମିକମ୍ପ ଅନୁଭୂତ । ଏଥିରେ ୧୧୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଉତ୍ତର-ପଶ୍ଚିମ ଚୀନରେ ଏହି ଭୂମିକମ୍ପ ଘଟିଥିବା ସୂଚନା ମିଳିଛି । ରିକ୍ଟର ସ୍କେଲରେ ତିବ୍ରତା ୬.୨ ଥିବା ରେକର୍ଡ ହୋଇଛି । ଭୂମିକମ୍ପ ପ୍ରଭାବରେ ଆଇସଲ୍ୟାଣ୍ଡରେ ଆଗ୍ନେୟ ଉଦଗିରଣ ମଧ୍ୟ ହୋଇଛି । କୁହାଯାଉଛି ଯେ ଏହି ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଏଥିରେ ଅନେକ କୋଠା ମଧ୍ୟ ଭୁଶୁଡି ପଡ଼ିଛି ଏବଂ ଚାରିଆଡ଼େ ଚିତ୍କାର ଶୁଣିବାକୁ ମିଳିଥିଲା । ବେଜିଂ ରାଜଧାନୀଠାରୁ ପ୍ରାୟ ୧୪୫୦ କିଲୋମିଟର ଦକ୍ଷିଣ-ପଶ୍ଚିମଦିଗରେ ଅବସ୍ଥିତ ପ୍ରାଦେଶିକ ରାଜଧାନୀ ଗାନ୍ସୁରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ଖବର ମିଳିବା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।