ଉତ୍ତର କଶ୍ମୀରର ସୋପୋରରେ ଏନକାଉଣ୍ଟର । ଘଟଣାରେ ୨ ଜୈଶ୍-ଏ-ମହମ୍ମଦ୍ ଆତଙ୍କବାଦୀ ନିହତ । ସୂଚନା ଅନୁସାରେ ଉତ୍ତର କଶ୍ମୀରର ସୋପୋର ବୋମାଇ ଗାଁରେ ନିରାପତ୍ତା ବଳ ଏବଂ ଆତଙ୍କବାଦୀମାଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି । ଫଳରେ ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ‘ଜୈଶ୍-ଏ-ମହମ୍ମଦ୍’ର ୨ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏବଂ ଜଣେ ସାଧାରଣ ନାଗରିକ ଆହତ ହୋଇଥିବା ପୁଲିସ କହିଛି ସୂଚନା ଦେଇଛି । ଏନେଇ ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ, ବାରମୂଳା ଜିଲ୍ଲାର ସୋପୋର୍ ନଗରୀ ଅନ୍ତର୍ଗତ ବୋମାଇ ଅଞ୍ଚଳରେ ନିରାପତ୍ତା ବଳ ‘କର୍ଡନ୍-ଆଣ୍ଡ୍-ସର୍ଚ’ ଅଭିଯାନ ଚଳାଉ ଥିବାବେଳେ ଏନ୍କାଉଣ୍ଟର୍ ହୋଇଥିଲା । ଏହି ଅଭିଯାନରେ ନିରାପତ୍ତା କର୍ମଚାରୀମାନେ ୨ଜଣ ଆତଙ୍କବାଦୀଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି । ଗୁଳି ବିନିମୟ ସମୟରେ ଜଣେ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଛନ୍ତି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ