ଓଡିଶାରେ ବଢିବ ବିମାନ ସେବା । ଉଡାନ୍ ଯୋଜନାରେ ଓଡିଶାର ଆଉ ୪ ସହର ସାମିଲ୍ ହୋଇଥିବା ସୂଚନା । ଉଡାନ ୫.୦ ଯୋଜନାରେ ଦେଶର ୫୪ଟି ସହରକୁ ସାମିଲ କରିବାକୁ ଯୋଜନା ରହିଛି । ତେବେ ଏହି ତାଲିକାରେ ଓଡିଶାର ବାରିପଦା, କୋଣାର୍କ, ହୀରାକୁଦ ଓ ମାଲକାନଗିରି ଥିବା ଜଣାପଡିଛି । ଧାର୍ମିକ ପର୍ଯ୍ୟଟନସ୍ଥଳୀ ଓ ଇକୋ ପର୍ଯ୍ୟଟନସ୍ଥଳୀକୁ ନଜରରେ ରଖି ଏହି ପ୍ରସ୍ତାବିତ ସହରଗୁଡିକର ତାଲିକା କରାଯାଇଛି । ଆଗାମୀଦିନରେ ଏଠାରେ ଉଡାଣ ଯୋଜନାରେ ଏୟାରଷ୍ଟ୍ରିପ୍ ନିର୍ମାଣ କରାଯିବ । ଛୋଟ ସହରକୁ ବିମାନ ସେବା ଯୋଡିବା ପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଲକ୍ଷ୍ୟ ରଖିଛି ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ