The Topmost

“The eyes believe themselves, the ears believe other people.”

ଉଚ୍ଚତମ ନ୍ୟାୟଳୟଙ୍କ ଅସନ୍ତୋଷ ପ୍ରକାଶ

ଟିଭି ଆଙ୍କରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ । ଏହାସହ ଘୃଣା ସୃଷ୍ଟିକାରୀ ବୟାନ ରୋକିବା ଆଙ୍କରଙ୍କ ଦାୟିତ୍ୱ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଚ୍ୟାନେଲଗୁଡ଼ିକର କାର୍ଯ୍ୟଶୈଳୀକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଉଚ୍ଚତମ ନ୍ୟାୟଳୟ । ଏ ସମ୍ପର୍କରେ ଦାଏର ହୋଇଥିବା ଆବେଦନର ଶୁଣାଣି କରି ଜଷ୍ଟିସ କେଏମ୍ ଯୋଶେଫ ଓ ଜଷ୍ଟିସ ଋଷିକେଶ ରାୟ ଚ୍ୟାନେଲ ଗୁଡ଼ିକୁ କଡ଼ା ଭର୍ସନା କରିଛନ୍ତି । ସେହିପରି ସରକାର କ’ଣ ପାଇଁ ଏହି ମାମଲାରେ ଚୁପ୍ ରହିଛନ୍ତି । ଏହା କ’ଣ ଏକ ସାଧାରଣ ପ୍ରସଙ୍ଗ ବୋଲି ଅଦାଲତ ପ୍ରଶ୍ନ କରିଛନ୍ତି । ଖଣ୍ଡପୀଠ ଆହୁରି କହିଛନ୍ତି ଅଭିବ୍ୟକ୍ତିର ସ୍ୱତନ୍ତ୍ରତା ଜରୁରି । ହେଲେ ଟିଭିରେ ଅପଶବ୍ଦ କହିବାକୁ ସ୍ୱାଧୀନତା ଦିଆଯାଇ ପାରିବ ନାହିଁ । ଏଭଳି କରିଥିବା ବ୍ରିଟେନର ଏକ ଟିଭି ଚ୍ୟାନେଲ ଉପରେ ବହୁ ପରିମାଣର ଜରିମାନା ଲଗାଯାଇଥିଲା ।

SHARE BY