February 11, 2026

ଉଗ୍ରବାଦୀଙ୍କ ଗୁଳିରେ କଂଗ୍ରେସ ନେତା ମୃତ

ଉଗ୍ରବାଦୀଙ୍କ ଗୁଳିରେ କଂଗ୍ରେସ ନେତା ମୃତ । ବ୍ୟକ୍ତିଗତ କାର୍ଯ୍ୟରେ ଯାଇଥିବା ଅରୁଣାଚଳ ପ୍ରଦେଶର ଜଣେ ପୂର୍ବତନ କଂଗ୍ରେସ ବିଧାୟକଙ୍କର ଜଣେ ସନ୍ଦିଗ୍ଧ ଉଗ୍ରବାଦୀଙ୍କ ଗୁଳି ଚୋଟରେ ମୃତ୍ୟୁ ଘଟିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ଘଟଣାଟି ମିଆଁମାର ସୀମାକୁ ଲାଗିଥିବା ରାହୋ ଗାଁରେ ଘଟିଛି । ତିରାପ୍‌ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ରାହୁଲ୍‌ ଗୁପ୍ତା କହିଛନ୍ତି, ୩ଜଣ ସହଯୋଗୀଙ୍କ ସହିତ ବ୍ୟକ୍ତିଗତ କାର୍ଯ୍ୟରେ ସେ‌ ଗାଁ’କୁ ଯାଇଥିବା ପୂର୍ବତନ କଂଗ୍ରେସ ବିଧାୟକ ୟୁମସେନ୍‌ ମାଟେଙ୍କୁ କେହି ଜଣେ କୌଣସି ବାହାନା ଦେଖାଇ ଜଙ୍ଗଲିଆ ଅଞ୍ଚଳକୁ ନେଇଯିବା ପରେ ତାଙ୍କ ଉପରକୁ ଗୁଳି ଚଳାଇଲେ । ଗୁଳି ମାଡରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି ।

SHARE BY