The Topmost

“The eyes believe themselves, the ears believe other people.”

ଉଗ୍ର ହେବାରେ ଲାଗିଛି ଭାରତ-ମାଳଦ୍ୱୀପ ବିବାଦ

ଚୀନରୁ ଫେରିବା ପରେ ଭାରତକୁ ମାଳଦ୍ୱୀପ ରାଷ୍ଟ୍ରପତିଙ୍କ ନାଲିଆଖି । ମାର୍ଚ୍ଚ ୧୫ସୁଦ୍ଧା ସୈନ୍ୟ ପ୍ରତ୍ୟାହାର କରିନେବାକୁ ମହମ୍ମଦ ମୋଇଜୁଙ୍କ ଅଲଟିମେଟମ । ଦୁଇ ଦେଶର ସମ୍ପର୍କରେ ଦେଖାଦେଇଥିବା ବିବାଦ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି । ଭାରତୀୟ ପର୍ଯ୍ୟଟକ ମାନେ ଏବେ ମାଳଦ୍ୱୀପରୁ ମୁହଁ ଫେରାଇ ଲାକ୍ଷାଦ୍ୱୀପକୁ ପସନ୍ଦ କରୁଥିବା ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୋଇଜୁ ପୁଣିଥରେ ଇଣ୍ଡିଆ ଆଉଟ ସ୍ଲୋଗାନ ଦେବା ସହ ୧୫ମାର୍ଚ୍ଚ ସୁଦ୍ଧା ଭାରତୀୟ ସୈନଙ୍କୁ ଦେଶକୁ ଫେରାଇନିଅ ବୋଲି ଦାବି ଦେହରାଇଛନ୍ତି । ସରକାରୀ ତଥ୍ୟ ଅନୁଯାୟୀ ମାଳଦ୍ୱୀପରେ ୮୮ଜଣ ଭାରତୀୟ ସୈନ୍ୟ ରହିଛନ୍ତି । ମାଳଦ୍ୱୀପକୁ ଭାରତ ପକ୍ଷରୁ ଦିଆଯାଇଥିବା ହେଲିକପ୍ଟର, ବିମାନ ଓ ବୋଟର ପରିଚାଳନା ପାଇଁ ସୈନ୍ୟ ମାନେ ସେଠାରେ ରହିଛନ୍ତି । ଭାରତ ସହ ବିବାଦ ଭିତରେ ଚୀନ ସହ ସମ୍ପର୍କ ମଜବୁତ କରୁଛି ମାଳଦ୍ୱୀପ ।