ଇସ୍ରାଏଲ ହମାସ ଯୁଦ୍ଧକୁ ପୁରିଛି ୧୦୦ ଦିନ । ଅକ୍ଟୋବର ୭ ତାରିଖରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ଥମିବା ବଦଳରେ କାୟା ମେଲାଇବାରେ ଲାଗିଛି । ଏହି ଶହେ ଦିନ ଭିତରେ ହଜାର ହଜାର ଲୋକଙ୍କ ଜୀବନ ଯାଇଥିବା ବେଳେ ଲକ୍ଷ ଲକ୍ଷ ଲୋକ ହେଲେଣି ବାସହରା । ଇସ୍ରାଏଲର ଆକ୍ରମଣରେ ଗାଜା ପଟ୍ଟି ଛାରଖାର ହେବାରେ ଲାଗିଛି । ତଥାପି ଆତଙ୍କବାଦୀ ସଙ୍ଗଠନ ହମାସ ପଛକୁ ହଟୁନି କି ଇସ୍ରାଏଲ ଆକ୍ରମଣ ବନ୍ଦ କରୁନି । ଶହେ ଦିନର ଯୁଦ୍ଧ ପ୍ରାୟ ୩୦ ହଜାର ଲୋକଙ୍କ ଜୀବନ ନେଇ ସାରିଛି । ଲକ୍ଷାଧିକ ଲୋକ ଜୀବନ ବଞ୍ଚାଇବାକୁ ନିଜ ଭିଟାମାଟି ଛାଡିଛନ୍ତି । ସମଗ୍ର ମଧ୍ୟପ୍ରାଚ୍ୟରେ ଯୁଦ୍ଧ ନେଇ ଜାରି ରହିଛି ଅସ୍ଥିରତା । ଏହା ସତ୍ତ୍ବେ ଥମିବାର ନାଁ ନେଉନି ଯୁଦ୍ଧ । ତେଣେ ହମାସକୁ ପରାସ୍ତ କରିବା ଲାଗି ଘୋଷଣା କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ । ଇରାନ ସମର୍ଥିତ ହାଉଥି ସଂଗଠନକୁ ଦମନ ଲାଗି ଆମେରିକା ଓ ବ୍ରିଟେନର ଯୁଦ୍ଧଂ ଦେହୀ ଅଭିଯାନ ଜାରି ରହିଛି । ଗତ ଅକ୍ଟୋବର 7 ରେ ହୋଇଥିବା ଆକ୍ରମଣରେ ବର୍ତ୍ତମାନ ସୁଦ୍ଧା ଶତାଧିକ ଲୋକ ପଣବନ୍ଦୀ ରହିଛନ୍ତି ।
More Stories
ଚିକେନ୍ ନୁହେଁ ସ୍ତ୍ରୀର ମାଂସକୁ ସିଝାଇଲେ କୁକୁରରେ
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା