ଗାଜାରେ ଜୋରଦାର ଚାଲିଛି ସଂଘର୍ଷ । ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧକୁ ୪୧ ଦିନ ପୁରିଛି । ଆତଙ୍କବାଦୀଙ୍କୁ ଖୋଜି ଖୋଜି ଦମନ କରୁଛି ଇସ୍ରାଏଲ ସେନା । ଗାଜାର ଅଧିକାଂଶ ହସ୍ପିଟାଲ ଗୁଡିକୁ ଆତଙ୍କୀ ଠିକଣା କରିଥିବାରୁ ସମସ୍ତ ହସ୍ପିଟାଲକୁ ଖୋଜି ଖୋଜି ଆତଙ୍କବାଦୀଙ୍କୁ ନିପାତ କରୁଛି ଆଇଡିଏଫ୍ । ଗତକାଲି ପାଲେଷ୍ଟାଇନର ଜବାଲିଆ କ୍ୟାମ୍ପ ଉପରେ ହୋଇଥିବା ହମଲାରେ ୧୮ ଜଣଙ୍କ ମୃତ୍ୟୁ ଘଟିଛି। ଇନ୍ଧନ ଅଭାବରୁ ଗାଜାର ଅଧିକାଂଶ ହସ୍ପିଟାଲେ ବିଦ୍ୟୁତ ଓ ପାଣି ଆସୁନାହିଁ। ହସ୍ପିଟାଲକୁ ଚାରିଆଡୁ ଘେରି ରହିଛନ୍ତି ଇସ୍ରାଏଲ ସେନା। ଗାଜାର ଅଧାରୁ ଅଧିକ ହସ୍ପିଟାଲ ଏବେ ବନ୍ଦ ହୋଇଗଲାଣି। ତେବେ ଗାଜାର ବଡ଼ ଅଲ୍ ସିଫା ହସ୍ପିଟାଲରେ ଏବେବି ୭ ହଜାରରୁ ଅଧିକ ରୋଗୀ, ମେଡିକାଲ କର୍ମଚାରୀ, ଡାକ୍ତର ଏବଂ ସାଧାରଣ ଲୋକ ରହିଥିବା ନେଇ ସୂଚନା ଦେଇଛନ୍ତି ହସ୍ପିଟାଲ ନିର୍ଦ୍ଦଶକ । ହସ୍ପିଟାଲରେ ସମସ୍ତେ ଫସି ରହିଛନ୍ତି। ପାଣି ଓ ବିଦ୍ୟୁତ ନଥିବାରୁ ଦୁର୍ଦ୍ଦଶା ବଢି ଯାଇଛି। ଗାଜାରେ ଗତକାଲି ମୋବାଇଲ ସହ ଇଣ୍ଟରନେଟ ସେବା ପୁରା ବନ୍ଦ ହୋଇଯାଇଥିଲା। ଗାଜା-ଇସ୍ରାଏଲ ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ୧୧ ହଜାର ୪୭୦ ଜଣଙ୍କ ମୃତ୍ୟୁ ହେଲାଣି । ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଥିବାରୁ କିଛି ଦିନ ଧରି ଇସ୍ରାଏଲ-ଗାଜା ମୃତ୍ୟୁର ସଠିକ ରିପୋର୍ଟ ମିଳିପାରିନଥିବା ଜଣାପଡିଛି।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍