ଇରାନରେ ଡ୍ରୋନ୍ ଷ୍ଟ୍ରାଇକ୍ । ଇସ୍ପହାନ, ହମାଦାନ, ତେହରାନ, ଅଜାରସହର, ଡେଜଫୁଲ, ଖୋୟ ସହରରେ ବିଳମ୍ବିତ ରାତିରେ ହୋଇଛି ଡ୍ରୋନ୍ ଷ୍ଟ୍ରାଇକ । ବିସ୍ଫୋରଣର ଶବ୍ଦ ଏତେ ଜୋରରେ ଥିଲା ଯେ ସମଗ୍ର ଅଞ୍ଚଳ ଥରି ଉଠିଛି । ଇରାନର ଷ୍ଟେଟ ଆଇଆରଆଇବି ନିଜର ସରକାରୀ ୱେବସାଇଟରେ ଡ୍ରୋନ୍ ଷ୍ଟ୍ରାଇକ୍ ବାବଦରେ ସୂଚନା ଦେଇଛି । ଏଥିରେ କିନ୍ତୁ କେହି ମୃତାହତ ହୋଇନଥିବା ସୂଚନା ରହିଛି । ଏହି ଡ୍ରୋନ୍ ଷ୍ଟ୍ରାଇକ ଜରିଆରେ କ୍ଷେପଣାସ୍ତ୍ର ଘାଟି, ଗୋଳାବାରୁଦ ତିଆରି କାରଖାନା, କାର ଅଏଲ ରିଫାଇନାରୀ ଇତ୍ୟାଦି ଉପରେ ହମଲା ହୋଇଥିବା ଇରାନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି । ହେଲେ ଏହି ଆକ୍ରମଣକୁ ଏକ ବିଫଳ ଆକ୍ରମଣ ବୋଲି ଇରାନ ସରକାର କହିଛନ୍ତି । ତେବେ କିଏ ଓ କାହିଁକି ଏହି ମିଡ୍ ନାଇଟ୍ ଆକ୍ରମଣ କରିଛି ତାହା ଅସ୍ପଷ୍ଟ ରହିଛି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ