The Topmost

“The eyes believe themselves, the ears believe other people.”

ଇସ୍ତଫା ଦେଇପାରନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ

ଇସ୍ତଫା ଦେଇପାରନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ସୋରନଙ୍କ ପତ୍ନୀ କଳ୍ପନା ସୋରେନ ହୋଇପାରନ୍ତି ନୂଆ ମୁଖ୍ୟମନ୍ତ୍ରୀ । ଜେଏମଏମର ତିନି ଥରର ବିଧାୟକ ଇସ୍ତଫା ଦେବା ପରେ ଦଳରେ କନ୍ଦଳ ବଢୁଥିବା ନେଇ ଚର୍ଚ୍ଚା ହେଉଛି । ରାଞ୍ଚି ଜମି ଦୁର୍ନୁୀତି ମାମଲାରେ ହଜାର ହେବାକୁ ହେମନ୍ତ ସୋରେନଙ୍କୁ ଇଡି ସାତ ସମନ ଜାରି କରିଲାଣି । କିନ୍ତୁ ହେମନ୍ତ ସୋରେନ ହାଜର ହେଉନଥିବାରୁ ଦଳର ବିଧାୟକ ସର୍ଫରାଜ ଅହମଦ ଇସ୍ତଫା ଦେଇଥିବା କୁହାଯାଉଛି । କିନ୍ତୁ ସର୍ଫରାଜ ଇସ୍ତଫା ଦେଇ କୌଣସି କାରଣ ଦର୍ଶାଇନାହାଁନ୍ତି । ଏହାରି ଭିତରେ ଝାଡଖଣ୍ଡର ବିଜେପି ସାଂସଦ ନିଶିକାନ୍ତ ଦୁବେ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି କହିଛନ୍ତି, ଯେତେବେଳେ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ, ତାଙ୍କ ସ୍ତ୍ରୀ ନୂଆ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି । ନୂଆ ବର୍ଷ ସୋରେନ ପରିବାର ପାଇଁ ଦୁଃଖଦାୟକ ହେବ ।