ଇରାନରେ ତୀବ୍ର ହେବାରେ ଲାଗିଛି ହିଜାବ ନିଆଁ । ବଢିଚାଲିଛି ସରକାରଙ୍କ ଜୁଲମ୍ । ବୁଧବାର ଏହି ହିଜାବ ବିରୋଧୀ ଆନ୍ଦୋଳନ ତୀବ୍ର ହେବାରୁ ସୁରକ୍ଷାକର୍ମୀଙ୍କ ଦମନ ଲୀଳା ଦେଖିବାକୁ ମିଳିଛି । ହିଜାବ ନ ପିନ୍ଧି ପୁଲିସ୍ ଦ୍ୱାରା ଗିରଫ ପରେ ନିର୍ଯାତନା ଯୋଗୁ ପ୍ରାଣ ହରାଇଥିବା ୨୨ ବର୍ଷୀୟ ଯୁବତୀ ମହସା ଆମିନୀଙ୍କ ହୋମ ଟାଉନରେ ଆନ୍ଦୋଳନ କରୁଥିବା ଲୋକଙ୍କ ଉପରକୁ ସୁରକ୍ଷାକର୍ମୀମାନେ ଆଖିବୁଜା ଗୁଳିମାଡ଼ କରିଛନ୍ତି । ଏଥିରେ ୮ ଜଣ ବିକ୍ଷୋଭକାରୀ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ମାନବାଧିକାର ଉପରେ କାର୍ଯ୍ୟ କରୁଥିବା ଏନଜିଓ ଆମ୍ନେଷ୍ଟୀ ଇଣ୍ଟରନ୍ୟାଶନାଲ ଏପରି ତଥ୍ୟ ଦେଇଛି । ସଂସ୍ଥା କହିଛି ଯେ ଇରାନ ସୁରକ୍ଷାବଳ ବୁଧବାର ରାତିରୁ ତା’ର ଦମନଲୀଳା ଆରମ୍ଭ କରିଛି । ତେବେ ସୁରକ୍ଷାକର୍ମୀଙ୍କ ଏପରି ପଦକ୍ଷେପକୁ ସଂସ୍ଥା ନିନ୍ଦା ମଧ୍ୟ କରିଛି।
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ