ଗୁଳିମାଡ଼ ପରେ ମୁହଁ ଖୋଲିଲେ ଇମ୍ରାନ ଖାନ୍ । ଗୁଳିମାଡ଼ିରେ ଆହତ ହେବା ପରେ ମୁହଁ ଖୋଲିଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ଲାହୋରର ଏକ ଘରୋଇ ହସ୍ପିଟାଲରେ ସାମ୍ବାଦିକ ସମ୍ମିଳନୀ କରି ଇମ୍ରାନ କହିଛନ୍ତି, ସେ ଜାଣିଥିଲେ ତାଙ୍କ ଉପରେ ଆକ୍ରମଣ ହେବାକୁ ଯାଉଛି । ତାଙ୍କୁ ଜୀବନରୁ ମାରିଦେବା ପାଇଁ ଉଦ୍ୟମ ହୋଇଥିଲା । ତାଙ୍କ ଗୋଡ଼ରେ ୪ଟି ଗୁଳି ବାଜିଥିବା କହିବା ସହ ଆଘାତ ହୋଇଥିବା ସ୍ଥାନ ଗୁଡ଼ିକୁ ମଧ୍ୟ ଦେଖାଇଥିଲେ । ତାଙ୍କ ଦଳର ଏକାଧିକ ନେତାଙ୍କୁ ଧମକପୂର୍ଣ୍ଣ ଫୋନ ଆସିଥିବା କଥା ମଧ୍ୟ ସେ କହିଛନ୍ତି । ଏହି ଗୁଳିକାଣ୍ଡ ଘଟଣାରେ ମୁଖ୍ୟତଃ ୩ ଜଣଙ୍କୁ ସେ ଦାୟୀ କରିଛନ୍ତି । ପ୍ରଧାନମନ୍ତ୍ରୀ ସେହବାଜ୍ ସରିଫ, ଆଭ୍ୟନ୍ତରୀଣ ସୁରକ୍ଷା ମନ୍ତ୍ରୀ ରାଣା ସନାଉଲ୍ଲା ଏବଂ ଆଇଏସ୍ଆଇ ମୁଖ୍ୟ ଫେଜଲ ନାସୀରଙ୍କୁ ଦାୟୀ କରିଛନ୍ତି । ତେବେ ଏହି ଅଭିଯୋଗକୁ ସେହବାଜ୍ ସରିଫ ସରକାର ଖଣ୍ଡନ କରିଥିବା ବେଳେ ଘଟଣାର ଏକ ନିରପେକ୍ଷ ତଦନ୍ତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ