The Topmost

“The eyes believe themselves, the ears believe other people.”

ଇତିହାସ ରଚିଲା କୋଲକାତା ମେଟ୍ରୋ

ଇତିହାସ ରଚିଲା କୋଲକାତା ମେଟ୍ରୋ । ଦେଶର ପ୍ରଥମଥର ଅଣ୍ଡରୱାଟର ମେଟ୍ରୋ ଟ୍ରେନ ଭାବେ ନଦୀ ତଳେ ଗତି କରି ରେକର୍ଡ କଲା କୋଲକତା ମେଟ୍ରୋ । ଏହାର ପ୍ରଥମ ପରୀକ୍ଷଣ ସଫଳତା ସହ ଶେଷ ହୋଇଛି । କୋଲକତା ହୁଗୁଳି ନଦୀର ଏକ ଅଣ୍ଡର ୱାଟର ଟନେଲ ଦେଇ କେନ୍ଦ୍ରୀୟ କୋଲକତାର ଏସପ୍ଲାନେଡକୁ ସଂଯୋଗ କରୁଛି ଏହି ମେଟ୍ରୋ । ପରୀକ୍ଷଣ ବେଳେ କୋଲକାତା ମେଟ୍ରୋର ବରିଷ୍ଠ ଅଧିକାରୀ ଓ ଦକ୍ଷ ଇଞ୍ଜନିୟର ଉପସ୍ଥିତ ଥିଲେ । ପ୍ରଥମ ୭ ମାସ ଏସପ୍ଲାନେଡରୁ ହାୱଡା ଯାଏଁ ପରୀକ୍ଷାମୂଳକ ଭାବେ ଅଣ୍ଡରଗ୍ରାଉଣ୍ଡ ସେବା ଯୋଗାଇବ ଏହି ମେଟ୍ରୋ । ପରୀକ୍ଷଣ ସଫଳ ହେଲେ ଖୁବଶୀଘ୍ର ପାଣି ତଳେ ବ୍ୟବସାୟିକ ଆରମ୍ଭ ହେବ ।