The Topmost

“The eyes believe themselves, the ears believe other people.”

ଆହୁରି ବର୍ଷେ ଯାଏଁ ମାଗଣା ରାସନ

ନୂଆ ବର୍ଷ ପୂର୍ବରୁ ଜନତାଙ୍କୁ ମୋଦୀ ସରକାରଙ୍କ ଉପହାର । ଏବେ ଲୋକମାନେ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ମାଗଣାରେ ରାସନ ପାଇବେ । ଶୁକ୍ରବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟରେ ଏହି ନିଷ୍ପତ୍ତି ନେଇଛନ୍ତି ସରକାର । କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଯେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ୮୦ କୋଟି ଲୋକ ଏବେ ମାଗଣା ଖାଦ୍ୟ ଶସ୍ୟ ପାଇବେ ।ସରକାର ଏଥିପାଇଁ ବାର୍ଷିକ ପ୍ରାୟ ଦୁଇ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ । ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ, ସରକାର ଏବେ ପ୍ରତି ମାସରେ ଜଣଙ୍କ ପିଛା ୫ କିଲୋଗ୍ରାମ ଖାଦ୍ୟ ଶସ୍ୟ ଯୋଗାଉଛନ୍ତି । କେନ୍ଦ୍ର ସରକାର ଅନ୍ତୋଦୟ ଅନ୍ନ ଯୋଜନା ଅଧୀନରେ ଥିବା ପରିବାରଗୁଡିକ ପ୍ରତି ମାସରେ ୩୫ କିଲୋଗ୍ରାମ ଖାଦ୍ୟ ଶସ୍ୟ ପାଆନ୍ତି । ସେପ୍ଟେମ୍ବରରେ ମୋଦୀ ସରକାର ଏହି ଯୋଜନାଗୁଡ଼ିକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଆଉ ତିନିମାସ ପାଇଁ ବୃଦ୍ଧି କରିଥିଲେ ।