ରାଜ୍ୟ କ୍ୟାବିନେଟ୍ ଗତ ମେ’ ୨୯ ତାରିଖରେ ଅନୁମୋଦନ କରିଥିବା ଓଡ଼ିଶା ଆପାର୍ଟମେଣ୍ଟ ଅଧ୍ୟାଦେଶ-୨୦୨୩କୁ ରାଜ୍ୟପାଳଙ୍କ ମଞ୍ଜୁରୀ ଗେଜେଟ୍ ବିଜ୍ଞପ୍ତି ଆକାରରେ ଆଇନ ବିଭାଗ ପ୍ରକାଶ କରିଛି । ଏହି ଅଧ୍ୟାଦେଶର ଗେଜେଟ୍ ବିଜ୍ଞପ୍ତି ଜାରି ପରେ ରାଜ୍ୟରେ ଦୀର୍ଘ ପ୍ରାୟ ଏକ ବର୍ଷରୁ ଅଧିକ ଦିନ ଧରି ଆପାର୍ଟମେଂଟ କିଣାବିକା ଉପରେ ରହିଥିବା କଟକଣା ନିରସ୍ତ୍ର ହୋଇଛି । ଏହି ଓଡ଼ିଶା ଆପାର୍ଟମେଂଟ ଅଧ୍ୟାଦେଶ-୨୦୨୩ ସବୁ ପୁରୁଣା ଓ ନୂଆ ଆପାର୍ଟମେଂଟ ତଥା ଉଭୟ ଫ୍ରି ଓ ଲିଜ୍ ହୋଲଡ୍ ଜମିରେ ନିର୍ମିତ ହୋଇଥିବା ଆପାର୍ଟମେଂଟ ନିମନ୍ତେ ଲାଗୁ ହେବ । ପ୍ରକଳ୍ପର ୫୦ ପ୍ରତିଶତ କିମ୍ବା ୭ଟି ଘର ବୁକ୍ ହୋଇଥିଲେ ଆସୋସିଏସନ୍ ଗଠନ ହେବ ଏବଂ ପ୍ରତ୍ୟେକ ଆପାର୍ଟମେଂଟ ପାଇଁ ଗୋଟିଏ ଲେଖାଏଁ ଆସୋସିଏସନ୍ ରହିବ । ଆପାର୍ଟମେଂଟ କିଣିଥିବା ସମସ୍ତ ବ୍ୟକ୍ତି ଆସୋସିଏସନର ସଦସ୍ୟ ରହିବେ । ରାଜ୍ୟ ଆଇନ ବିଭାଗ ପକ୍ଷରୁ ଜୁନ୍ ୨୮ ତାରିଖରେ ଜାରି ଗେଜେଟ୍ ବିଜ୍ଞପ୍ତି ଅନୁସାରେ ଓଡ଼ିଶା ଆପାର୍ଟମେଂଟ ଅଧ୍ୟାଦେଶ-୨୦୨୩କୁ ରାଜ୍ୟପାଳ ଜୁନ୍ ୨୧ ତାରିଖରେ ଅନୁମୋଦନ କରିଛନ୍ତି । ମେ’ ୨୯ ତାରିଖରେ ରାଜ୍ୟ କ୍ୟାବିନେଟ୍ ଓଡ଼ିଶା ଆପାର୍ଟମେଂଟ ମାଲିକାନା ଅଧିନିୟମ-୧୯୮୨କୁ ଉଚ୍ଛେଦ କରି ଓଡ଼ିଶା ଆପାର୍ଟମେଂଟ ଅଧ୍ୟାଦେଶ-୨୦୨୩କୁ କାର୍ଯ୍ୟକାରୀ କରିବା ନିମନ୍ତେ ଆଗତ ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିଲେ । ଏହି ଅଧ୍ୟାଦେଶରେ ଆପାର୍ଟମେଂଟଗୁଡ଼ିକର ଉତ୍ତମ ପରିଚାଳନା ନିମନ୍ତେ ପ୍ରଚଳିତ ଆଇନର ବିଭିନ୍ନ ବ୍ୟବସ୍ଥାରେ ବିବିଧ ସଂଶୋଧନ ଓ ବିଭିନ୍ନ ଧାରାଗୁଡ଼ିକରେ ସଂଯୋଗ ଓ ପରିବର୍ତ୍ତନ ଅଣାଯାଇଛି । ଆପାର୍ଟମେଂଟ ଓ ସାମୂହିକ ଗୃହନିର୍ମାଣ ନିମନ୍ତେ ପ୍ରୋତ୍ସାହନ, ଉପଯୁକ୍ତ ରକ୍ଷଣାବେକ୍ଷଣ ତଥା ତା’ର ଉତ୍ତରାଧିକାରୀ ଓ ହସ୍ତାନ୍ତରଯୋଗ୍ୟ ଅଧିକାରକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ପରିବର୍ତ୍ତିତ ଅଧିନିୟମରେ ବ୍ୟବସ୍ଥାରେ ରହିଛି । ଏହି ପରିବର୍ତ୍ତିତ ଅଧିନିୟମ ଆପାର୍ଟମେଂଟ ମାଲିକମାନଙ୍କର ସାଧାରଣ ବ୍ୟବହାର ନିମନ୍ତେ ଉଦ୍ଦିଷ୍ଟ ସ୍ଥାନ ଉପରେ ଅଧିକାର ପ୍ରଦାନ କରାଇବ ବୋଲି ଜଣାପଡ଼ିଛି ।
“The eyes believe themselves, the ears believe other people.”
More Stories
କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା, ବଡ ଅଡୁଆକୁ ଛୋଟ ସମାଧାନ
୧.୯୩ ଲକ୍ଷ ପରୀକ୍ଷାର୍ଥୀଙ୍କର ଆରମ୍ଭ ହେଲା ଯୁକ୍ତ୨ ପରୀକ୍ଷା
ଲଭ୍, ସେକ୍ସ ଓ ଧୋକା କେସରେ କିଟ୍ ଛାତ୍ରୀଙ୍କ ଆତ୍ମହତ୍ୟା