The Topmost

“The eyes believe themselves, the ears believe other people.”

ଆସବାବପତ୍ରରେ ଦୀର୍ଘଦିନ ରହେ ମଙ୍କିପକ୍ସ ଭୂତାଣୁ, ଆସିଲା ନୂଆ ତଥ୍ୟ

ମଙ୍କିପକ୍ସ ଭୂତାଣୁକୁ ନେଇ ସାମ୍ନାକୁ ଆସିଲା ନୂତନ ତଥ୍ୟ । ତେବେ ଏନେି ଆମେରିକାର ସିଡିସି ଯେଉଁ ତଥ୍ୟ ଦେଇଛି ତାହା ଚିନ୍ତାଜନକ । ମଙ୍କିପକ୍ସ ଭାଇରସ୍‌ ସୋଫା, ବେଡ୍‌ସିଟ୍, କଫି ମେସିନ, କମ୍ପ୍ୟୁଟର ମାଉସ୍‌ ଏବଂ ଲାଇଟ୍‌ ସ୍ୱିଚ୍‌ରେ ଆଦିରେ ଦିନ ଦିନ ଧରି ରହିପାରେ । ଯାହାକି ଏକ ଗବେଷଣାରୁ ଜଣାପଡ଼ିଛି । ତେବେ ସିଡିସି ଗବେଷଣା କରି ଦାବି କରିଛି ଯେ ଜଣେ ବ୍ୟକ୍ତି ମଙ୍କିପକ୍ସ ଚିହ୍ନଟ ହେବାର ୨୦ ଦିନ ଯାଏଁ ଏହିସବୁ ବହୁଳ ବ୍ୟବହାର୍ଯ୍ୟ ସ୍ଥାନଗୁଡ଼ିକରେ ୭୦ ପ୍ରତିଶତ ଭାଇରସ ଚିହ୍ନଟ ହୋଇଛନ୍ତି । ତେବେ ଆଶ୍ୱସ୍ତିକର କଥା ହେଉଛି କୌଣସି ଜୀବିତ ଭାଇରସକୁ ଚିହ୍ନଟ କରାଯାଇ ନାହିଁ । ତେଣୁ ଏହିସବୁ ଆସବାବରୁ ସଂକ୍ରମଣ ଆଶଙ୍କା କମ୍‌ ବୋଲି ସିଡିସି ପକ୍ଷରୁ ସୂଚନା ମିଳିଛି ।