ଆସନ୍ତାକାଲିଠୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ । ଆସନ୍ତା ୨୯ ତାରିଖ ଯାଏଁ ଅଧିବେଶନ ଚାଲିବାକୁ ଥିବାବେଳେ ଏଥିରେ ମୋଟ ୧୭ଟି କାର୍ଯ୍ୟ ଦିବସ ରହିଛି । ଏହି ଅଧିବେଶନ କାଳରେ ବହୁ ଗୁରୁତ୍ବପୂର୍ଣ୍ଣ ବିଲ୍ ଆସିବାର କାର୍ଯ୍ୟକ୍ରମ ରହିଛି । ଗୃହର ସୁପରିଚାଳନା ପାଇଁ ଆଜି ସନ୍ଧ୍ୟାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ । ବୈଠକରେ ଗୃହରେ ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ବିଭିନ୍ନ ଦଳର ନେତାଙ୍କ ସହ ବାଚସ୍ପତି ଓମ ବିରଲା ଆଲୋଚନା କରିବେ । ଚଳିତ ଅଧିବେଶନରେ ପ୍ରାୟ ୧୬ଟି ନୂଆ ବିଲ୍ ଆଗତ ହେବ । ବିଶ୍ବସ୍ତରୀୟ ଟ୍ରେଡମାର୍କ ରେଜିଷ୍ଟ୍ରେସନ ବିଲ୍, ବହୁମୁଖୀ ରାଜ୍ୟ ସମବାୟ ସମିତି ସଂଶୋଧନ ବିଲ୍-୨୦୨୨ ଆଦି ଚଳିତ ଅଧିବେଶନରେ ଆଗତ ହେବ । ଉଭୟ ଲୋକସଭା ଓ ରାଜ୍ୟସଭାରେ ସରକାର ଅତିରିକ୍ତ ଅନୁଦାନ, ଚଳିତ ଆର୍ଥିକ ବର୍ଷରେ ଜାରି ରହିଥିବା କାର୍ଯ୍ୟକ୍ରମ ଉପରେ ଅଧିକ ବ୍ୟୟ ନେଇ ମଧ୍ୟ ଆଲୋଚନା ହେବ ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍