ଆସନ୍ତାକାଲି ନିଜ ଜିଲ୍ଲାକୁ ଆସୁଛନ୍ତି ମହାମହିମ । ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ରାସ୍ତାଘାଟ ଓ ରେଲୱେ ଷ୍ଟେସନକୁ ଚକାଚକ କରିବାକୁ ଯୁଦ୍ଧକାଳୀନ ଭିତିରେ ପ୍ରସ୍ତୁତି ଚାଲିଛି, ଯାହା ଏବେ ଶେଷ ପର୍ଯ୍ୟାୟରେ । ସମୟ ଯେତିକି ପାଖେଇ ଆସୁଛି ସସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ ସେତିକି ବଢିବାରେ ଲାଗିଛି । ପୂର୍ତ୍ତ ବିଭାଗ ପକ୍ଷରୁ ଜୋରସରରେ ଚାଲିଛି ହେଲିପ୍ୟାଡ୍ ନିର୍ମାଣର କାର୍ଯ୍ୟ । ମହୁଲଡିହା ଡାକବଙ୍ଗଳାରେ ବିଭିନ୍ନ ବିଶେଷ ଓ ସଂଗଠନ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଥିବାରୁ ଡାକବଙ୍ଗଳା ମଧ୍ୟ ଚକାଚକ୍ ହୋଇଛି । ରାଇରଙ୍ଗପୁର ସ୍ଥିତ ନିଜ ବାସଭବନରେ ପରିବାର ଲୋକଙ୍କ ସହ ରାତ୍ରୀଯାପନ କରିବେ । ସେଥିପାଇଁ ବିଦ୍ୟୁତ୍ ବିଭାଗର ଅଧିକାରୀ ମାନେ ନିଜେ ଉପସ୍ଥିତ ରହି ସମସ୍ତ ବିଦ୍ୟୁତ୍ କାର୍ଯ୍ୟର ତଦାରଖ କରୁଛନ୍ତି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା