The Topmost

“The eyes believe themselves, the ears believe other people.”

ଆସନ୍ତାକାଲି ଦର୍ଶକଙ୍କୁ ସ୍ବତନ୍ତ୍ର ମୋ ବସ୍ ସେବା

() ଆସନ୍ତା କାଲି ବାରବାଟୀ ଟି-୨୦ ମ୍ୟାଚ୍ । ଯାହାକୁ ନେଇ ଯୋଗାଇ ଦିଆଯିବ ସ୍ବତନ୍ତ୍ର ମୋ ବସ୍ ସେବା । ଦର୍ଶକଙ୍କ ଯିବା ଆସିବାକୁ ନଜରରେ ରଖି ଏଭଳି ପଦକ୍ଷେପ ନିଆଯାଇଛି । ଏନେଇ ଆସନ୍ତାକାଲି ମଧ୍ୟାହ୍ନ ୧୨ ଟା ୩୦ ରୁ ଭୁବନେଶ୍ବରରୁ ବାରବାଟୀକୁ ଦୁଇଟି ରୁଟରେ ଗଡ଼ିବ ସ୍ବତନ୍ତ୍ର ମୋ ବସ୍ । ପ୍ରଥମ ରୁଟରେ ମାଷ୍ଟରକ୍ୟାଣ୍ଟିନରୁ ଭାୟା ରସୁଲଗଡ଼ ଦେଇ ବାରବାଟୀ ଷ୍ଟାଡିୟମ ଯିବ ମୋ ବସ୍ । ଦ୍ବିତୀୟ ରୁଟରେ ବରମୁଣ୍ଡାରୁ ଭାୟା ପଟିଆ ଦେଇ ବାରବାଟୀ ଷ୍ଟାଡିୟମ ଯିବ ମୋ ବସ୍ । ମ୍ୟାଚ୍ ସରିବା ପରେ ରାତି ୧୧ ଟା ୩୦ରେ ଦର୍ଶକଙ୍କୁ ଷ୍ଟାଡିୟମରୁ ବରମୁଣ୍ଡା ବସଷ୍ଟାଣ୍ଡ ଏବଂ ମାଷ୍ଟର କ୍ୟାଣ୍ଟିନ ଅଭିମୁଖେ ନେଇ ଯାତ୍ରା କରିବ ମୋ ବସ୍ । ତେବେ ଏହି ସ୍ବତନ୍ତ୍ର ବସର ଭଡ଼ା ୪୦ ଟଙ୍କା ରଖାଯାଇ ଥିବାବେଳେ ଏନେଇ କ୍ରୁଟ ପକ୍ଷରୁ ସୂଚନା ଦିଆଯାଇଛି ।