ଭୁବନେଶ୍ୱର: ଫେବୃଆରୀ ୨୧: ଆସନ୍ତାକାଲି ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ଏଥିପାଇଁ ପୋଲିଂ ପାର୍ଟ ଗତକାଲି ଠାରୁ ବୁଥ୍ ଅଭିମୁଖେ ଯାଇଛନ୍ତି । ତିନୋଟି ପର୍ଯ୍ୟାୟ ମତଦାନରେ ରାଜ୍ୟ ବ୍ୟାପି ହିଂସା ଓ ପୋଲିଂ ପାର୍ଟ ଉପରେ ହେଉଥିବା ଆକ୍ରମଣରୁ ବଞ୍ଚାଇବା ପାଇଁ ଆଗୁଆ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ବିଭିନ୍ନ ବୁଥ୍ ରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସୁରକ୍ଷିତ ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ପ୍ରଶାସନ ସବୁ ବନ୍ଦୋବସ୍ତ କରିଛି । ବିଶେଷ କରି ସମ୍ବେଦନଶୀଳ ଅଞ୍ଚଳ ଗୁଡିକରେ ବିଶେଷ ଧ୍ୟାନ ରଖାଯାଇଛି । ତେବେ ଚଳିତ ଥର । ରାଜ୍ୟର ୬୪ଟି ବ୍ଲକ୍ରେ ୧୬୩ ଜିଲ୍ଲା ପରିଷଦ ଜୋନ୍ ଓ ଏହା ଅଧିନରେ ଥିବା ୧୨୫୪ଟି ପଞ୍ଚାୟତରେ ଆସନ୍ତାକାଲି ମତଦାନ ହେବ। ମୋଟ୍ ୫୧ ଲକ୍ଷ ୩୧ ୭୨୭ ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ।
More Stories
ଆକାଶ-ବବି ମୁହାଁମୁହିଁ, ଯାଜପୁରରେ ଆଉ ନାହିଁ ବିଜେଡି ବଳ
ଜୟନାରାୟଣଙ୍କ ଅଡୁଆ କଥା, ରାହୁଲ ଜଣେ ଜୋକର୍
ଜେଲ୍ ରୁ ଖଲାସ୍ ହେଲା ଜଗା ପ୍ରଧାନ