ଚଳିତ ବର୍ଷର ୨୪ ତାରିଖରେ ଆରମ୍ଭ ହେବାକୁ ଯାଉଛି ପ୍ରଥମ ପଥୋତ୍ସବ। ଦୁଲୁକିବ ରାଜଧାନୀ, ଝୁମିବେ ଜନତା। ସକାଳ ୬.୩୦ଟାରୁ ୯.୩୦ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ। ଗୀତ, ନାଚ, ଖେଳକୁଦରେ ମତୁଆଲ୍ଲା ହେବେ ରାଜଧାନୀବାସିନ୍ଦା। ମାଷ୍ଟର କ୍ୟାଟିନ ଛକରୁ ରାମ ମନ୍ଦିର ମଧ୍ୟରେ ଭିନ୍ନଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ମାଷ୍ଟରକ୍ୟାଣ୍ଟିନ ଠାରେ ମୁଖ୍ୟମଞ୍ଚ ରହିବ ଏବଂ ରାମମନ୍ଦିର ନିକଟରେ ଦ୍ଵିତୀୟ ମଞ୍ଚ ନିର୍ମାଣ ହେବାକୁ ବୈଠକରେ ନିଷ୍ପତି ହୋଇଛି । ଚଳିତ ବର୍ଷ ୩ଗୋଟି ଜୋନ୍ରେ ଏହି ପଥୋତ୍ସବ ଅନୁଷ୍ଠିତ ହେବ। ଗୀତ, ନୃତ୍ୟ, ଝୋଟି, ଯୋଗ, ସ୍କେଟିଂ, ସାଇକେଲିଂ, ବାସ୍କେଟ ବଲ, ଲୁଡ଼ୁ, କୁଇଜ୍ କମ୍ପିଟେସନ, ରଙ୍ଗୋଲୀ, ମ୍ୟାଜିକ୍ ସୋ, କ୍ଲେ ଆର୍ଟଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବିଭିନ୍ନ ସ୍କୁଲ, କଲେଜ, କ୍ରୀଡା ସଂଗଠନ, କଳାକାର, ଏସ୍ଏଚ୍ଜି ଏଥିରେ ଅଂଶ ଗ୍ରହଣ କରିବେ । ବିଗତ ବର୍ଷଗୁଡିକ ଠାରୁ ଚଳିତ ବର୍ଷ ନୂଆ ଢଙ୍ଗରେ ଏବଂ ନୂଆ ରୂପରେ ପଥୋତ୍ସବ କରିବାକୁ ନିଷ୍ପତି ନେଇଛନ୍ତି ବିଏମ୍ସି କର୍ତ୍ତୃପକ୍ଷ ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ