August 14, 2025

ଆସନ୍ତା ମାସେ ପର୍ଯ୍ୟନ୍ତ ଦିଲ୍ଲୀରେ ପ୍ରତିବନ୍ଧକ

ଦିଲ୍ଲୀରେ ଆଗାମୀ ମାସେ ପର୍ଯ୍ୟନ୍ତ ବିଶାଳ ସମାବେଶ ଉପରେ ଲାଗିଲା ରୋକ୍। ମାର୍ଚ୍ଚ ୧୨ ପର୍ଯ୍ୟନ୍ତ ରାଜଧାନୀରେ କୌଣସି ପ୍ରକାର ବିଶାଳ ସମାବେଶର ଆୟୋଜନ ହୋଇପାରିବ ନାହିଁ ବୋଲି ଦିଲ୍ଲୀ ପୁଲିସ କମିଶନର କହିଛନ୍ତି । କୃଷକ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଏପରି କାର୍ଯ୍ୟାନୁଷ୍ଠାନ ନେଇଛି ପୁଲିସ ପ୍ରଶାସନ । ସୂଚନା ଅନୁସାରେ, ଆସନ୍ତାକାଲି ଦିଲ୍ଲୀରେ ହଜାର ହଜାର କୃଷକ ବିକ୍ଷୋଭ ସାଙ୍ଗକୁ ଟ୍ରାକ୍ଟର ରାଲି କରିବା ନେଇ ସଜବାଜ ହେଉଥିଲେ । ପଞ୍ଜାବ ଓ ହରିୟାଣାର ୨୦୦ କୃଷକ ସଂଗଠନ ‘ଦିଲ୍ଲୀ ଚଲୋ’ ଡାକରା ଦେଇ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହୋଇଥିଲେ । ଏପରିକି ରାଜଧାନୀରେ ଟ୍ରାକ୍ଟର ରାଲି କରିବା ନେଇ ରିହରସେଲ୍ ମଧ୍ୟ କରିଥିଲେ । ପାଖାପାଖି ୨୦,୦୦୦ରୁ ଅଧିକ କୃଷକ ଏକ ସମୟରେ ଆନ୍ଦୋଳନ କରିବାକୁ ଥିବାରୁ ପଞ୍ଜାବ, ହରିୟାଣା ଏବଂ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା । କିଛି ସମୟ ପୂର୍ବରୁ ହରିୟାଣା ସରକାର ଦୁଇଟି ଷ୍ଟାଡିୟମରେ ଅସ୍ଥାୟୀ ଜେଲରେ ବ୍ୟବସ୍ଥା କରିଥିଲେ । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ କମିଶନର ରାଜଧାନୀରେ ବିଶାଳ ସମାବେଶ ଉପରେ ରୋକ୍ ଲଗାଇଛନ୍ତି ।

SHARE BY