ଭାରତରେ ଶୀଘ୍ର ଦରଦାମ ହ୍ରାସ ପାଇବ । ଆଗାମୀ ମାସଗୁଡ଼ିକରେ ଦେଶର ମୁଦ୍ରାସ୍ଫୀତି ରେଖା ନିମ୍ନମୁଖୀ ହେବ । ଏନେଇ ସୂଚନା ଦେଇଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଦେଶରେ ଉଚ୍ଚ ମୁଦ୍ରାସ୍ଫୀତି ଅତୀତରେ ସର୍ବୋଚ୍ଚ ସ୍ତର ଛୁଇଁସାରିଛି । ତେବେ ମୁଦ୍ରାସ୍ଫୀତି ବର୍ତ୍ତମାନ ଏକ ବିଶ୍ବବ୍ୟାପୀ ସମସ୍ୟାରେ ପରିଣତ ହୋଇଛି । ମୁଦ୍ରାସ୍ଫୀତିର ଜଗତୀକରଣ ହୋଇଛି । ବିଶ୍ବ ସ୍ଥିତିକୁ ଦେଖିଲେ ଆାମେ ଏହା କହି ପାରିବା ଯେ ଭାରତରେ ମୁଦ୍ରାସ୍ଫୀତି ଗତ ଏପ୍ରିଲରେ ଶୀର୍ଷ ଛୁଇଁ ସାରିଛି । କିନ୍ତୁ ଏହା ଧୀରେ ଧୀରେ ହ୍ରାସ ପାଇବ ବୋଲି ସେ କହିଛନ୍ତି । ଆଗାମୀ ଦିନରେ ମୁଦ୍ରାସ୍ଫୀତିରେ ଅଳ୍ପ ହ୍ରାସବୃଦ୍ଧି ହେବ । କିନ୍ତୁ ମୁଦ୍ରାସ୍ଫୀତି ରେଖା ନିମ୍ନମୁଖୀ ରହିବ । ତେବେ ମୁଦ୍ରାନୀତି କମିଟିର ଆଗାମୀ ବୈଠକ ପରେ କି ପ୍ରକାର ନୀତି ଘୋଷଣା ହେବ ବୋଲି ପଚରାଯିବାରୁ ଶକ୍ତିକାନ୍ତ ଏହା ଉପରେ କିଛି କହିବାକୁ ମନା କରିଦେଇଛନ୍ତି । ପରିସ୍ଥିତି ବଦଳୁଥିବାରୁ ଏ ବିଷୟରେ କିଛି କହିବା ଠିକ୍ ହେବନାହିଁ ବୋଲି ସେ କହିଛନ୍ତି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍