ପେରୁରେ ଘୋର ରାଜନୈତିକ ସଙ୍କଟ । ସରକାର ବିରୋଧୀ ପ୍ରଦର୍ଶନ ରାଷ୍ଟ୍ରବ୍ୟାପୀ ଉଗ୍ର ହେବାରେ ଲାଗିଛି । ବିକ୍ଷୋଭକାରୀ-ପୋଲିସ ମଧ୍ୟରେ ଧସ୍ତାଧସ୍ତିରେ ୨୬ ପ୍ରଦର୍ଶନକାରୀଙ୍କର ମୃତ୍ୟୁ ହୋଇଛି । ବିକ୍ଷୋଭ ବେଳେ ଶତାଧିକ ଲୋକ ଗୁରୁତର ମଧ୍ୟ ହୋଇଛନ୍ତି । ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଓ ପୂର୍ବତନ ରାଷ୍ଟ୍ରପତିଙ୍କୁ ଜେଲରୁ ମୁକୁଳାଇବା ଦାବିରେ ଜାରି ରହିଛି ବିକ୍ଷୋଭ । ସ୍ଥିତି ଅଣାୟତ ହେଉଥିବାରୁ ଗତକାଲି ରାତିରୁ ଆସନ୍ତା ତିନି ଦିନ ଯାଏ କର୍ଫ୍ୟୁ ଘୋଷଣା କରିଛନ୍ତି ସରକାର । ରାତି ୮ଟାରୁ ଭୋର ୪ଟା ଯାଏ କର୍ଫ୍ୟୁ ଜାରି ରହିବ । ପୂର୍ବତନ ରାଷ୍ଟ୍ରପତି ପେଡ୍ରୋ କାଷ୍ଟିଲୋଙ୍କୁ ଦୁର୍ନୀତି ଅଭିଯୋଗରେ ହଟାଇବା ସହ ଗିରଫ କରାଯିବାକୁ ଗତ ଡିସେମ୍ବରରୁ ଦେଶବ୍ୟାପୀ ପ୍ରଦର୍ଶନ ଜାରି ରହିଛି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ