ହକି ବିଶ୍ୱକପ୍ ଉଦଘାଟନୀ ପାଇଁ ଆସନ୍ତାକାଲି ସମଗ୍ର ରାଜ୍ୟରେ ଦିନ ୧ଟାରୁ ସ୍କୁଲ ଛୁଟି ରହିବ । ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲ ଛୁଟି ରହିବ। ପିଲାମାନେ ଉଦ୍ଘାଟନୀ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖିବା ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ମହାଆଡମ୍ୱରେ ପୁରୁଷ ହକି ବିଶ୍ୱକପ୍ ଉଦ୍ଘାଟନ ଉତ୍ସବ ଆସନ୍ତାକାଲି କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଉଦ୍ଘାଟନ ଉତ୍ସବରେ ବଲିଉଡ ଓ ଓଡ଼ିଶାର ପ୍ରସିଦ୍ଧ କଳାକାରମାନେ ଅଂଶ ଗ୍ରହଣ କରି ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ଦିନ ସାଢ଼େ ୧୨ଟାରୁ କଟକ ସହରର ବିଭିନ୍ନ ଅଂଚଳରେ ଟ୍ରାଫିକ କଟକଣା ଲାଗୁ ହେବ। ଯାହା ଉଦଘାଟନୀ ସମାରୋହ ଶେଷ ପର୍ଯ୍ୟନ୍ତ ବଳତ୍ତର ରହିବ ବୋଲି ଜଣାପଡ଼ିଛି ।
More Stories
ଅତ୍ୟଧିକ କଖାରୁ ଡାଲମା ଖାଉଛନ୍ତି କି
କେବେ ଥମିବ ଅପରାଧ, ୩ ବର୍ଷରେ ୮୧୯ ଦୁଷ୍କର୍ମ
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍