The Topmost

“The eyes believe themselves, the ears believe other people.”

ଆଲର୍ଟରେ ଭାରତ ସରକାର

କରୋନାର ବୃଦ୍ଧି ମାମଲାକୁ ଦୃଷ୍ଟିରେ ରଖି ଆଲର୍ଟରେ ଭାରତ ସରକାର । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସବୁ ପ୍ରକାର ସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେବା ପରେ ଏବେ ଆଉ ଏକ ବଡ଼ ନିଷ୍ପତ୍ତି ନେଇଛି କେନ୍ଦ୍ର । ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି ଯେ, ଚୀନ୍, ହଙ୍ଗକଙ୍ଗ, ସିଙ୍ଗାପୁର, ଥାଉଲାଣ୍ଡ, ଦକ୍ଷିଣ କୋରିଆ ଏବଂ ଜାପାନରୁ ଆସୁଥିବା ଯାତ୍ରୀଙ୍କ ପାଇଁ RT-PCR ବାଧ୍ୟତାମୂଳକ । ସେ ଟ୍ବିଟ୍ କରି କହିଛନ୍ତି ଯେ ଏହି ନିୟମ ୧ ଜାନୁଆରୀରୁ ଏହି ନିୟମ ଲାଗୁ ହେବ । ଯେଉଁ ଯାତ୍ରୀ ବି ଏହି ସବୁ ଦେଶରୁ ଆସିବେ ଯାତ୍ରା ପୂର୍ବରୁ ନିଜର RT-PCR ରିପୋର୍ଟ ଏୟାର ସୁବିଧା ପୋର୍ଟାଲରେ ଅପଲୋଡ କରିବାକୁ ହେବ ।

SHARE BY