ଆରମ୍ଭ ହେଲା ‘ଅପରାଧ ଚିହ୍ନଟ ପ୍ରକ୍ରିୟା’ । ଗୃହ ମନ୍ତ୍ରାଳୟ ଅନୁମତି ପରେ ସାରା ଦେଶରେ ଆରମ୍ଭ ହେବାକୁ ଯାଉଛି ‘ଅପରାଧ ଚିହ୍ନଟ ପ୍ରକ୍ରିୟା’। ଏଥିପାଇଁ ଏବେ ଦିଲ୍ଲୀରେ ତାଲିମ୍ ଦିଆଯାଉଛି ଓ ସାରା ଦେଶର ପୁଲିସ ଯୋଗ ଦେଇଛନ୍ତି । ଓଡ଼ିଶା ରାଜ୍ୟ ଫରେନସିକ୍ ଲାବରୋଟାରିର ମଧ୍ୟ ୪ଜଣ ବଛାବଛା ଅଫିସର୍ ଦିଲ୍ଲୀ ଯାଇଛନ୍ତି । ସେମାନେ ତାଲିମ୍ ନେଇ ଆସିବା ପରେ ରାଜ୍ୟର ଅନ୍ୟ ପୁଲିସ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେବେ । ଏଡିଜି ରାଙ୍କର ଜଣେ ଆଇପିଏସ୍ ଏହାର ନୋଡାଲ ଅଫିସର୍ ରହିବେ । ଭୁବନେଶ୍ବର ସମେତ ଜିଲ୍ଲାର ସମସ୍ତ ଏସ୍ପି କାର୍ଯ୍ୟାଳୟରେ ଅଫିସ୍ ମଧ୍ୟ ଖୋଲିବ । ଅପରାଧୀ ମାନେ ଶବକୁ ନଦୀ ବାଲିରେ ପୋତିଦେବା, ଗଛରେ ଟାଙ୍ଗି ଦେବା, ନଦୀ କିମ୍ବା ଜଙ୍ଗଲକୁ ଫିଙ୍ଗି ଦେଇଥାଆନ୍ତି । ଆଉ କିଛି ଅପରାଧୀ ନିଛାଟିଆ ଜାଗା କିମ୍ବା ଅନ୍ୟ ଏକ ରାଜ୍ୟ ସୀମାରେ ଶବ ଫୋପାଡ଼ି ଦେଇ ଆସନ୍ତି। ଫଳରେ ପୁଲିସ୍ ଜବତ କଲା ବେଳକୁ ଶବକୁ ଚିହ୍ନିବା ମୁସ୍କିଲ୍ ହୋଇପଡ଼େ । ମୃତ ବ୍ୟକ୍ତିର ଶରୀର ଓ ପାରିପାର୍ଶ୍ବିକ ସ୍ଥିତିରୁ ତାହା ଏକ ହତ୍ୟାକାଣ୍ଡ ଜଣାପଡ଼ିଲେ ହେଁ ଶବର ପରିଚୟ ମିଳି ନପାରିବାରୁ ତଦନ୍ତ ଆଉ ସେଠାରୁ ଆଗକୁ ବଢ଼ିପାରେ ନାହିଁ । ଏନେଇ ସାରା ଦେଶରେ ଆରମ୍ଭ ହେବାକୁ ଯାଉଛି ‘ଅପରାଧ ଚିହ୍ନଟ ପ୍ରକ୍ରିୟା’।
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ