ମିଲେଟ୍ ପାଇଁ ଗ୍ଲୋବାଲ ହବ୍ ହେବ ଭାରତ । ମିଲେଟକୁ ପ୍ରୋତ୍ସାହନ ପାଇଁ ଆରମ୍ଭ ହେବ ଶ୍ରୀଅନ୍ନ ଯୋଜନା । ଭାରତୀୟ ମିଲେଟ ସଂସ୍ଥାର ଗଠନ କରାଯିବ। ହାଇଦ୍ରାବାଦସ୍ଥିତ ମିଲେଟ୍ ସଂସ୍ଥାକୁ ଉତ୍କର୍ଷ କେନ୍ଦ୍ର କରିବାକୁ ପାଇଁ ସରକାର ସହଯୋଗ କରିବେ। କେନ୍ଦ୍ର ବଜେଟରେ କୃଷି ସଂପର୍କିତ ଷ୍ଟାର୍ଟଅପକୁ ଗୁରୁତ୍ବ ଦିଆଯାଇଛି। ଯୁବ ଉଦ୍ୟୋଗୀଙ୍କ ଆଗ୍ରି-ଷ୍ଟାର୍ଟଅପକୁ ପ୍ରୋତ୍ସାହନ ପାଇଁ କୃଷି ତ୍ବରିତ ପାଣ୍ଠି ପ୍ରତିଷ୍ଠା କରାଯିବ। ଦୁଗ୍ଧ ଫାର୍ମ, ପଶୁପାଳନ, ମତ୍ସ୍ୟ ପାଳନକୁ ଫୋକସ ଦେଇ କୃଷି ଋଣ ୨୦ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଛି। କୃଷି ପାଇଁ ଡିଜିଟାଲ ଭିତ୍ତିଭୂମିକୁ ଗୁରୁତ୍ବ ଦିଆଯାଇଛି। ଆଧୁନିକ ଟେକ୍ନୋଲୋଜି ଦ୍ବାରା ବଢିବ କୃଷି ଉତ୍ପାଦନ। ପିଏମ ପ୍ରଣାମ ଯୋଜନାରେ ବିକଳ୍ପ ସାର ପାଇଁ ସହାୟତା ଦିଆଯିବ। କୀଟନାଶକ ପାଇଁ ଶହେଟି ବାୟୋ ଇନପୁଟ୍ ସେଣ୍ଟର ପ୍ରତିଷ୍ଠା କରାଯିବ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍