ଆମେରିକାରେ ଭୟଙ୍କର ହେଉଛି ମଙ୍କିପକ୍ସ ସ୍ଥିତି । ଯାହାକୁ ଦୃଷ୍ଟିରେ ରଖି ଜନସ୍ବାସ୍ଥ୍ୟ ବିଭାଗ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି । ଏନେଇ ଆମେରିକାର ସ୍ୱାସ୍ଥ୍ୟ ସଚିବ କହିଛନ୍ତି ଯେ ମଙ୍କିଫକ୍ସ ବିରୋଧରେ ଲଢେଇ କରିବାକୁ ଅର୍ଥ ଓ ଅତ୍ୟାଧୁନିକ ଉପକରଣର ଆବଶ୍ୟକତା ରହିଛି । କୁହାଯାଉଛି କି, ସମଲିଙ୍ଗୀ ସଂପର୍କ କାରଣରୁ ଏହି ଭୂତାଣୁ ମାତ୍ରାଧିକ ବ୍ୟାପୁଛି । ଆମେରିକାରେ ବୁଧବାର ସୁଦ୍ଧା ୬,୬୦୦ ଲୋକଙ୍କ ଠାରେ ଏହି ଭୂତାଣୁ ଚିହ୍ନଟ ହୋଇଛି । ଏନେଇ ସ୍ୱାସ୍ଥ୍ୟ ଓ ମାନବସେବା ସଚିବ ଜୋବିୟର ବେସେରା କହିଛନ୍ତି ଏହି ଭୂତାଣୁ ସଂକ୍ରମଣ ରୋକିବାକୁ ସ୍ୱାସ୍ଥ୍ୟ ବିଭାଗ ନିଜର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛି । ଏହାସହ ସେ ଆମେରିକାବାସୀଙ୍କୁ ଏନେଇ ସତର୍କ ରହିବାକୁ ଅନୁରୋଧ କରିଛନ୍ତି ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ