The Topmost

“The eyes believe themselves, the ears believe other people.”

ଆମେରିକାରେ ବରଫ ଝଡ, ୫୦ ମୃତ

ଆମେରିକାରେ ଜନ ଜୀବନ ବେହାଲ କରିଛି ବରଫ ଝଡ । ଜାରି ରହିଛି ବମ ସାଇକ୍ଲୋନର ତାଣ୍ଡବ । ଏଥିରେ ବର୍ତ୍ତମାନ ସୁଦ୍ଧା ପାଖାପାଖି ୫୦ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ପ୍ରବଳ ବରଫପାତ ଯୋଗୁ ଅନେକ ସହର ଠପ୍ ହୋଇଯାଇଛି । ନ୍ୟୁୟର୍କ ସହରରେ ୪୩ ଇଞ୍ଚ ବରଫର ମୋଟା ଆସ୍ତରଣ ଜମିଛି । ବିଶେଷ କରି ବୁଫାଲୋ ଅଞ୍ଚଳ ଅଧିକ ପ୍ରଭାବିତ ହୋଇଛି । ଦକ୍ଷିଣପୂର୍ବ, କେନ୍ଦ୍ରୀୟ ପୂର୍ବ ଏବଂ ପୂର୍ବ ଉପକୂଳରେ କିଛି ପ୍ରମୁଖ ସହରରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ବରଫ ଝଡ଼ ଯୋଗୁଁ ୧୩ଟି ରାଜ୍ୟରେ ବିଦ୍ୟୁତ ସେବା ପ୍ରଭାବିତ ହୋଇଛି । ୨ ଲକ୍ଷରୁ ଅଧିକ ଲୋକ ଅନ୍ଧାରରେ ଅଛନ୍ତି। ଲୋକମାନଙ୍କୁ ଶକ୍ତି ସଂରକ୍ଷିତ କରି ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।