ଯୁକ୍ତରାଷ୍ଟ୍ର ଆମେରିକା ଚୀନ୍ ସହିତ ବିବାଦ କରିବା ପାଇଁ ଚାହେଁନି ବୋଲି ବୁଧବାର ଦିନ ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକା ଆକାଶରେ ଉଡୁଥିବା ଚୀନା ‘ସ୍ପାଏ ବେଲୁନ୍’କୁ ଗତ ସପ୍ତାହରେ କ୍ଷେପଣାସ୍ତ୍ର ପ୍ରୟୋଗ କରି ନଷ୍ଟ କରିଦିଆଯିବା କାରଣରୁ ଉପୁଜି ଥିବା ଉତ୍ତେଜକ ବାତାବରଣ ସତ୍ତ୍ବେ ରାଷ୍ଟ୍ରପତି ଏଭଳି ମନ୍ତବ୍ୟ ଦେଇଛନ୍ତି । ଖସାଇ ଦିଆଯାଇଥିବା ‘ସ୍ପାଏ ବେଲୁନ୍’ଟି ପାଞ୍ଚଟି ମହାଦେଶ ଉଦ୍ଦେଶ୍ୟରେ ଛଡ଼ାଯାଇଥିବା ଚୀନ ପର୍ଯ୍ୟବେକ୍ଷଣକାରୀ ବେଲୁନ୍ ବୋଲି ଆମେରିକୀୟ ସରକାରୀ ଅଧିକାରୀମାନେ କହୁଛନ୍ତି । ଏହାସହ ବାଇଡେନ କହିଛନ୍ତି ଆମେ ଚୀନ୍ ସହିତ ତୀବ୍ର ପ୍ରତିଯୋଗିତା କରିବୁ। କିନ୍ତୁ, ଆମେ ବିବାଦ କରିବାକୁ ଚାହୁଁନାହୁଁ। ଏପର୍ଯ୍ୟନ୍ତ ବି ଆମେ ବିବାଦ କରିନାହୁଁ ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ