ପୁଣି ଓଡିଆ ପୁଅଙ୍କୁ ଗୁରୁତ୍ବପୂର୍ଣ୍ଣ ପଦବୀ । ଆଭିଭା ଇଣ୍ଡିଆର ସିଇଓ ହେଲେ ଓଡ଼ିଆ ପୁଅ ଅସିତ ରଥ । ଅଗ୍ରଣୀ ଘରୋଇ ବୀମା କମ୍ପାନୀ ଆଭିଭା ଇଣ୍ଡିଆର ନୂଆ ଏମଡି ଓ ସିଇଓ ଭାବେ ଅସିତ ଦାୟିତ୍ବ ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ଅସିତ ରଥ ପ୍ରଡେନ୍ସିଆଲ ମିଆଁମାର ଲାଇଫ୍ ଇନସ୍ୟୁରାନ୍ସ ସିଇଓ ଭାବେ କାର୍ଯ୍ୟ କରୁଥିଲେ । ଅସିତ ଭାରତ ଓ ମିଆଁମାରରେ ବ୍ୟାଙ୍କିଂ ଓ ବୀମା କ୍ଷେତ୍ରରେ ଦୀର୍ଘ 22 ବର୍ଷ ଧରି ବହୁ ଗୁରୁତ୍ବପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଆସିଛନ୍ତି । ଢେଙ୍କାନାଳରେ ଜନ୍ମିତ ଅସିତ ରଥ ଆଇଆଇଟି କାନପୁରର କେନ୍ଦ୍ରୀୟ ବିଦ୍ୟାଳୟରେ ଅଧ୍ୟୟନ ପରେ ଢେଙ୍କାନାଳ କଲେଜରୁ ରସାୟନ ବିଜ୍ଞାନରେ ସ୍ନାତକ ଶିକ୍ଷା ହାସଲ କରିଥିଲେ । 2019ରୁ ସେ ପ୍ରୁଡେନ୍ସିଆଲ ମିଆଁମାରର ସିଇଓ ଭାବେ କାର୍ଯ୍ୟ କରୁଥିଲେ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା