ଆଫଗାନିସ୍ତାନରେ ଭୟଙ୍କର ସ୍ଥିତି । ଏହି ଦେଶ ବିଶ୍ୱର ସବୁଠୁ ବଡ଼ ମାନବୀୟ ବିପର୍ୟ୍ୟୟକୁ ସାମ୍ନା କରୁଛି । ଦେଶରେ ଦୁଇ ତୃତୀୟାଂଶ ଜନସଂଖ୍ୟାଙ୍କ ଖାଦ୍ୟ ସୁରକ୍ଷା ବିପନ୍ନ ହୋଇଯାଇଛି । ଯାହାକି ଏଚଆରଡବ୍ଲ୍ୟୁ ବା ହ୍ୟୁମାନ ରାଇଟ୍ସ ୱାଚ୍ ରିପୋର୍ଟରୁ ଜଣାପଡ଼ିଛି । ରିପୋର୍ଟ ଅନୁଯାୟୀ ଆଫଗାନିସ୍ତାନରେ ମହିଳାମାନଙ୍କୁ ଏନ୍ଜିଓରେ କାମ କରିବାରୁ ନିଷିଦ୍ଧ କରାଯିବା ପରଠାରୁ ସଙ୍କଟ ବଢ଼ିଯାଇଛି । ୮୭୫, ୦୦୦ ଶିଶୁ ଉତ୍କଟ କୁପୋଷଣର ଶିକାର ହୋଇଛନ୍ତି । ତେବେ ମହିଳା ଏବଂ ଶିଶୁମାନେ ସବୁଠାରୁ ଅଧିକ ବିପଦରେ ରହିଛନ୍ତି । ମାନବାଧିକାର ରିପୋର୍ଟ ଅନୁଯାୟୀ ଯଦି ଏହି ପରିସ୍ଥିତିରେ ଆଫଗାନିସ୍ତାନକୁ ସହଯୋଗ କରାନଯାଏ ତେବେ ଅନେକ ଆଫଗାନ ନାଗରିକ ଭୟାନକ କ୍ଷୁଧାର ଶିକାର ହେବେ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ